oom

୮ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ସହ ୨ ଗିରଫ

jsmm

ଝାରସୁଗୁଡା : ଝାରସୁଗୁଡା ବିଟିଏମ୍‌ ସ୍ଥିତ ଏକ ଘରୁ ଆଠ କେଜି ୫ଶହ ଗ୍ରାମ ଗଂଜେଇ ଅବକାରୀ ପୋଲିସ ଜବତ କରିଛି । ଏଥିସହ ଏହି ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୁକ୍ତ ଦୁହେଁ ୨ ଭାଇ ବୋଲି ଜଣାପଡିଛି । ଉଭୟଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦ୍ୱୟ ବିଟିଏମ୍‌ ଅଂଚଳର ବୁଦ୍ଧେଶ୍ୱର ସ୍ୱାଇଁ ଓ ସିଦ୍ଧେଶ୍ୱର ସ୍ୱାଇଁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଟିଏମ୍ ଅଞ୍ଚଳରେ ଚୋରା ଗଂଜେଇ କାରବାର ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇବା ପରେ ଏକ ୧୦ ଜଣିଆ ଟିମ୍‌ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଏହି କାରବାରରେ ସଂପୃକ୍ତ ଥିବା ଦୁଇ ଭାଇଙ୍କୁ ଗିରଫ କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.