୫ ବସ୍ତା ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତ ଗିରଫ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳଷ୍ଟେସନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଛତ୍ରପୁର ରେଳଷ୍ଟେସନରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୫ ବସ୍ତା ଗଞ୍ଜେଇ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଆର୍‌ପିଏଫ୍‌ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ୨ ଜଣ ପୁରୁଷୋତ୍ତମପୁରର ସଞ୍ଜୟ ମହାପାତ୍ର ଓ କାଳୁଚରଣ ବେହେରା ବୋଲି ଜଣାପଡିଛି । ୫ଟି ବସ୍ତାରେ ପ୍ରାୟ ୪୮କେ.ଜି. ୪୦୦ଗ୍ରାମ ଗଞ୍ଜେଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.