୨୯୬ କେଜି ଗଞ୍ଜେଇ ଜବତ ସହ ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ପାଟଣାଗଡ଼ରୁ ପଦ୍ମପୁର ପଟକୁ ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର କୌଣସି ସୁତ୍ରରୁ ମିଳିଥିଲା । ସୂଜନା ଅନୁସାରେ ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଦ୍ମପୁର ପୋଲିସ କର୍ମଚାରୀ ମାନେ ପଦ୍ମପୁର ନିକଟସ୍ଥ ଝାଙ୍କରପାଲି ଛକ ଠାରେ ଗାଡ଼ି ମଟର ଯାଞ୍ଚ କରିଥିଲେ । ଗୋଟିଏ ମାରୁତି ଇକୋ ଗାଡ଼ି ଯାହାର ନମ୍ବର ହେଉଛି ଙଡି୦୨ଏଡବ୍ଲୁ୨୯୯୩ରେ ପପକର୍ଣ୍ଣ, ଏବିସିଡି, ଟକାଟକ୍, ଟେଢ଼େମେଢ଼େ ଇତ୍ୟାଦି ପ୍ୟାକେଟ ଭିତରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ସେ ଗାଡ଼ି ଭିତରେ ଆଉ ଦୁଇଟି ନମ୍ବର ପ୍ଲେଟ ମଧ୍ୟ ଥିଲା ଯାହା ନମ୍ବର ସିଜି୦୪ଏନ୍‌ଜେ୪୯୭୬ ଏହା ଛତିଶଗଡ଼ ରାଜ୍ୟର ନମ୍ବର ହୋଇଥିବାରୁ ଏହି ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ହେଉଥିଲା ବୋଲି ଜଣାପଡିଛି । ଏହି ଗଞ୍ଜେଇ ଚାଲାଣ ବେଳେ ପୋଲିସ ୩ ଜଣକୁ ଗିରଫ କରିଥିବା ସୁଚନା ମିଳିଛି । ସେମାନେ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଦୁଲମପୁରର ମନୋଜ ତାଣ୍ଡି, ଅତାବିରା ଥାନା ଲାଦେରପାଲିର ବିକାଶ ବାଗ ଓ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନାଗୁଲର ରାଜେଶ ପାତ୍ର ବୋଲି ଜଣାପଡିଛି । ଏମାନଙ୍କ ପାଖରୁ ୨୯୬ କେଜି ଗଞ୍ଜେଇ, ଗୋଟିଏ ମାରୁତି ଇକୋ କାର, ଗୋଟିଏ ଆପାଚି ମୋଟର ସାଇକେଲ, ୩ଟି ମୋବାଇଲ ଫୋନ, ନଗଦ ୬୦୦ଟଙ୍କା, ପପକନ‌୧୩ ପ୍ୟାକେଟ, ଏବିସିଡି ୩୬ ପ୍ୟାକେଟ, ରିଙ୍ଗ ୬୦ ପ୍ୟାକେଟ, ଟକାଟକ ୧୬୦ ପ୍ୟାକେଟ ଓ ଟେଡେମେଡେ ୩୦ ପ୍ୟାକେଟ ପଦ୍ମପୁର ପୋଲିସ ଜବତ କରିଥିବା ସୂଚନା ମିଳିଛି । ପଦ୍ମପୁର ଥାନା କେସ ନମ୍ବର ୨୧୪ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.