୩୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ବାରଙ୍ଗ : ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୁଲିସ୍ । ୩୦ କିଲୋ ଗଞ୍ଜେଇ ଜବତ । ଜଣେ ମହିଳା ଯୋଗାଣକାରୀଙ୍କ ସହିତ ଖୁଚୁରା ବେପାରୀ ଓ ଖାଉଟି ଗିରଫ । ମୈତ୍ରୀ ବିହାର ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଜବତ ଗଞ୍ଜେଇ ଓ ଗିରଫ ହୋଇଥିବା ମହିଳା ଯୋଗାଣକାରୀ ଗିରଫ ତିନିଜଣ ହେଲେ ଜିତେନ୍ଦ୍ର ପାତ୍ର, ସତ୍ୟଜିତ ପ୍ରଧାନ ଓ ନର୍ମଦା ସାହୁ । ଖବର ଅନୁସାରେ, କନ୍ଧମାଳରୁ ଗଞ୍ଜେଇ ଆଣି ୩ ଅଭିଯୁକ୍ତ ସାଲିଆ ସାହି ହାତିଆଶୁଣି ମନ୍ଦିର ପାଖରେ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ । ସେତିକି ବେଳେ ପୂର୍ବରୁ ଛକି ବସିଥିବା ସ୍ୱତନ୍ତ୍ର ସ୍କ୍ବାର୍ଡ ଓ ମୈତ୍ରୀ ବିହାର ପୁଲିସ ଗିରଫ କରି ନେଇଥିଲେ ।

Leave A Reply

Your email address will not be published.