oom

ଗଂଜେଇ ଚୋରାଚାଲାଣ ମାମଲାରେ ୬ ଜଣଙ୍କୁ ବାନ୍ଧିଲା ବଲାଙ୍ଗିର ଟାଉନ୍‌ ପୋଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଂଜେଇ ଚୋରାଚାଲାଣ ମାମଲାରେ ଆଜି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିବା ସହ କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଅଭିଯୁକ୍ତମାନଙ୍କ ଠାରୁ ୧୫ କେଜି ଗଂଜେଇ ସହ ୩ଟି ମୋଟର ସାଇକେଲ୍‌, ୬ଟି ମୋବାଇଲ୍‌ ଓ ନଗଦ ୮ ହଜାର ୬୦୦ ଟଙ୍କା ଜବତ୍‌ ହୋଇଥିବା ସୂଚନା ମିଳିଛି । ତେବେ ଗିରଫ୍‌ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ଭରତପୁରର ନର୍ମଦା ଦାସ(୩୭), ରେଢ଼ାଖୋଲ ଥାନା ଡାଲଖମନ୍‌ର ନୀଳମାଧବ ବେହେରା, ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଁଡ଼୍‌କିମାଲର ବିଶ୍ୱନାଥ ସାହୁ(୨୩), ଚିର୍‌ଗୁନିମୁହାଣର ଆଶିଷ ସେଲ୍‌ମା(୨୧), ନୂଆପଡ଼ାର ବିଜୟ କୁମାର ସାହୁ(୪୩), ସାନ୍‌ଭଇଁରୋର ବଡ଼ ଆଡ଼ଜୁଆଡ଼(୩୨) । ଆଜି ଗିରଫ୍‌ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ୍‌ ଥାନା ପକ୍ଷରୁ ଜଣାପଡ଼ିଛି ।

jittmm
Leave A Reply

Your email address will not be published.