lika

ବଲାଙ୍ଗିର ପୋଲିସକୁ ମିଳିଲା ସଫଳତା : ବିପୁଳ ପରିମାଣର ଗଞ୍ଜେଇ ଜବତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଗଦା ଗଦା ଗଂଜେଇ ଚୋରାଚାଲାଣ ଧରିବାରେ ସଫଳତା ମିଳିଛି ବଲାଙ୍ଗିର ପୋଲିସକୁ । ଆଜି ପୂର୍ବାହ୍ନରେ କଂଟାମାଲରୁ ରାୟପୁରକୁ ଗଂଜେଇ ଚୋରା ଚାଲାଣ ହେଉଥିଲା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବଲାଙ୍ଗିର ଏସ୍‌ପି ରିଷିକେଶ୍‌ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେସାଲ୍‌ ଟିମ୍‌ ଗଠନ କରାଯାଇ ପୁଇଁତଲା ଥାନା ଅନ୍ତର୍ଗତ ଗିରିଗୋବର୍ଦ୍ଧନ ମନ୍ଦିର ସାମ୍ନାରେ ଗଂଜେଇ ବୋଝେଇ ଗାଡ଼ିକୁ କାବୁ କରାଯାଇଛି । ଏହି ମାମଲାରେ ୩ ଜଣ ଯୁବକଙ୍କୁ ମଧ୍ୟ ଗିରଫ୍‌ କରାଯାଇଥିବା ବେଳେ ଏକ ପାଇଲଟିଂ ଗାଡ଼ି ଏବଂ ଏକ ଗଂଜେଇ ବୋଝେଇ ଗାଡ଼ି ଜବତ କରିଛି ବଲାଙ୍ଗିର ପୋଲିସ । ଆଇପିଏସ୍‌ କୁଲ୍‌ଦୀପ ମୀନା ଏ ସଂପର୍କରେ ଏକ ପ୍ରେସ୍‌ ମିଟ୍‌ରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏସ୍‌ଡିପିଓ ତୋଫାନ୍‌ ବାଗ ମଧ୍ୟ ଏହି ପ୍ରେସ୍‌ମିଟ୍‌ରେ ଉପସ୍ଥିତ ଥିଲେ । ଦିଆଯାଇଥିବା ସୂଚନା ଅନୁସାରେ ଗଂଜେଇ ବୋଝେଇ ଏକ ପିକ୍‌ଅପ୍‌ ଭେନ ଓ ପାଇଲଟିଂ ଗାଡ଼ି ଏକ୍ସୟୁଭି ୩୦୦କୁ ପୋଲିସ ଜବତ୍‌ କରିଥିବା ବେଳେ ୭ଟି ବସ୍ତାରେ ଭର୍ତ୍ତି ୨୧୦ କେଜି ଗଂଜେଇ, ନଗଦ ୧୦ ହଜାର ୬୧୦ ଟଙ୍କା ଓ ୪ଟି ମୋବାଇଲ୍‌ ଫୋନ୍‌ ଜବତ୍‌ କରିଛି । ଏହି ମାମଲାରେ ଗିରଫ୍‌ ହୋଇଥିବା ଅଭିଯୁକ୍ତମାନେ ହେଲେ ତରଭା ଥାନା ଅନ୍ତର୍ଗତ ସିଲେଟିମୁଣ୍ଡାର ଚିତ୍ତ ଓରଫ୍‌ ଚିତ୍ତରଂଜନ ସାହୁ (୨୭), ଦୁବ୍‌ଲା ଡାଙ୍ଗ୍‌ପାଲିର ସୀତାକାନ୍ତ ଡାଙ୍ଗ(୨୮) ଓ ତରଭା ମାରୱାଡ଼ିପଡ଼ାର ଦୀପନ ଓରଫ୍‌ ଦୀପଙ୍କର ସାହୁ(୩୧)ଙ୍କୁ ଗିରଫ୍‌ କରିଛି ପୋଲିସ ।

babaa
Leave A Reply

Your email address will not be published.