୨୧୦ କେଜି ଗଂଜେଇ ଜବତ୍‌ କଲା ବଲାଙ୍ଗିର ଜିଲ୍ଲା ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଚୋରା ଚାଲାଣ ବେଳେ ୨୧୦ କେଜି ଗଂଜେଇ ଜବତ୍‌ କରିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ପୋଲିସ । ଏହି ମାମଲାରେ ୩ ଜଣ ଯୁବକଙ୍କୁ ମଧ୍ୟ ଗିରଫ୍‌ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗଂଜେଇ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଇଁତଲା ପୋଲିସ ସାତ ମାଇଲ୍‌ ଛକରୁ ଏକ ବଲେରୋ ପିକ୍‌ଅପ୍‌ ଓ ମହିନ୍ଦ୍ରା ଏକ୍ସକ୍ୟୁଭି ଗାଡ଼ିକୁ ଫଲୋ କରିଥିଲା । ସଂପୃକ୍ତ ଦୁଇ ଗାଡ଼ିକୁ ଗିରିଗୋବର୍ଦ୍ଧନ ମନ୍ଦିର ସମ୍ମୁଖରେ ପୋଲିସ କାବୁ କରି ସେଥିରୁ ୨୧୦ କେଜି ଗଂଜେଇ ଜବତ୍‌ କରିବା ସହ ଦୁଇ ଗାଡ଼ିରୁ ୩ ଜଣ ଯୁବକଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଏସ୍‌ଡ଼ିପିଓ ତୋଫାନ୍‌ ବାଗଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.