ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଲେ ୨ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ମାକରଚୁଆଁ ଛକରେ ଚଢ଼ାଉ କରାଯାଇଛି । ସୂଚନା ଅନୁସାରେ ଦୁଇ ଜଣ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଓ ୭ କେଜି ଗଂଜେଇ ଜବତ କରିଥିବା ସୂଚନା ମିଳିଛି । ତୁଷୁରା ଥାନା ଅନ୍ତର୍ଗତ ଟିକେରାମ ଦୀପ ଓ ଉତ୍ତରପ୍ରଦେଶର ଧୀରେନ୍ଦ୍ର ନିସାଦଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଦୁଇ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.