କୋରାପୁଟ : ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୭ ଜଣଙ୍କୁୁ ଗିରଫ କରିଥିବା ଜଣାପଡିଛି । ସେମାନଙ୍କ ଠାରୁ ୩୩୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୬ଟି ମୋବାଇଲ, ୨୨ ହଜାର ୧ ଶହ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡାର ବିଭୀଷଣ ମାଛ(୨୫), ଓକେଲର ଜଗା ସେଠୀ(୧୯) ଓ ସୁନିଲ କୁମାର ନାୟକ(୨୨), ହରିୟାଣାର ବାଦଲ(୧୮), ସତପାଲ(୩୪), ଶ୍ରୀପାଲ(୩୦), ଦିଲିପ ଲିଂ(୩୪) । ସୂଚନା ଅନୁସାରେ, ଜୟପୁର ସଦର ପୋଲିସ ୩୨୬ ଜାତୀୟ ରାଜପଥର ପାତ୍ରପୁଟ ନିକଟରେ ଗାଡି ଯାଞ୍ଚ କରୁଥିଲା । ଏହି ସମୟରେ ଏକ ମିନିଟ୍ରକ୍ ଓ କାର୍କୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ପୋଲିସ । ପରେ ମିନିଟ୍ରକ୍ରୁ ୨ ଶହ କେଜି ଓ କାର୍ରୁ ୧୩୦ କେଜି ଗଞ୍ଜେଇ ଜବତ କରିଥିଲା । ଏହି ଗଞ୍ଜେଇ କୋରାପୁଟରୁ ହରିୟାଣା ଚାଲାଣ ହେଉଥିବା ସଦର ଥାନା ଅଧିକାରୀ ଈଶ୍ୱର ତାଣ୍ଡି ପ୍ରକାଶ କରିଛନ୍ତି ।