
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ସର୍ଚ୍ଚ ୱାରେଣ୍ଟ ଜାରୀ ରହିଛି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକରେ ଅବସ୍ଥାପିତ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସୁଶୀଲ୍ କୁମାର ପଣ୍ଡାଙ୍କଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଘର, ଅଫିସ୍,ବିଭିନ୍ନ ସ୍ଥାନରେ ଥିବା ଜମି, ବିଲ, ବାଡ଼ି, ଘର, କୋଠା ଯାଞ୍ଚ ପ୍ରକ୍ରିୟା ଶନିବାର ଆରମ୍ଭ କରିଏବେ ସୁଦ୍ଧା ସର୍ଚ୍ଚ ୱାରେଣ୍ଟ ଜାରୀ ରହିଛି । ସୂଚନା ଯୋଗ୍ୟ, ଯେ’ ତାଙ୍କ ଦ୍ୱାରା ତାଙ୍କ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୬ ଜଣ ଡି.ଏସ.ପି. ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ତାଙ୍କ ନିମ୍ନଲିଖିତ ୭ଟି ସ୍ଥାନରେ ଏକକାଳୀନ ତଲାସ କରାଯାଉଛି । ସୂଚନା ଯୋଗ୍ୟ ଯେ’ ୧. ରାମ ହରି ନଗର, ବ୍ରହ୍ମପୁରରେ ତିନି ମହଲା କୋଠା ।
୨. ମୁକ୍ତେଶ୍ୱର ଆପାର୍ଟମେଣ୍ଟ, ଆଙ୍କୁଲି, ବ୍ରହ୍ମପୁରରେ ଫ୍ଲାଟ୍- ନମ୍ବର ୨୦୫ ।
୩.ତାଙ୍କ ଭାଇଙ୍କ ନାମରେ ବ୍ରହ୍ମପୁରର ମୁକ୍ତେଶ୍ୱର ଆପାର୍ଟମେଣ୍ଟ ଆଙ୍କୁଲିରେ ଆଉ ଏକ ଫ୍ଲାଟ୍ ।
୪. ପୁରୀ ସହର ର ଚୁଡଙ୍ଗା ସାହିରେ ରହିଥିବା ଫ୍ଲାଟ୍ ।
୫. ଗଞ୍ଜାମ ଜିଲ୍ଲାର କବିସୂର୍ୟ୍ୟ ନଗରର ଗୁଡାଲି ଗ୍ରାମରେ ତାଙ୍କର ପୈତୃକ ଘର ରହିଛି ।
୬. ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳ ନିକଟସ୍ଥ ବେଢରେ ତାଙ୍କ ଶ୍ୱଶୁର ଘର ।
୭. ଗଞ୍ଜାମ ବ୍ଲକରେ କାର୍ଯ୍ୟାଳୟରେ ଖୋଜା ଚାଲିଛି, ଭିଜିଲାନ୍ସ ଚଢାଉ ଜାରୀ ରଖିଛି । ଅଧିକା ଅନୁସନ୍ଧାନରେ ଭିଜିଲାନ୍ସ କର୍ତ୍ତୃପକ୍ଷ ଲାଗି ପଡିଛନ୍ତି ।
