ଗଞ୍ଜାମ ଜିଲ୍ଲାସ୍ତରୀୟ ରାଜସ୍ୱ ବିଭାଗୀୟ ସମୀକ୍ଷା ବୈଠକ

ବସଷ୍ଟାଣ୍ଡ, ଚିକିତ୍ସାଳୟ, ବିଦ୍ୟାଳୟ ଇତ୍ୟାଦିକୁ ଆବଶ୍ୟକ ହେଉଥିବା ଜମି ଯଥାଶୀଘ୍ର ହସ୍ତାନ୍ତରିତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ସମସ୍ତ ତହସିଲଦାରମାନଙ୍କୁ କହିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜସ୍ୱ ବୈଠକରେ ଜମିଜମା ଉପରେ ଆଲୋଚନା ହୋଇଥିଲା । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସକାଶେ ଆବଶ୍ୟକ ହେଉଥିବା ସରକାରୀ ଜମି ଗୁଡିକ ଚିହ୍ନଟ କରି ବସଷ୍ଟାଣ୍ଡ, ଚିକିତ୍ସାଳୟ ବିଦ୍ୟାଳୟ ଇତ୍ୟାଦିକୁ ଯଥା ଶୀଘ୍ର ହସ୍ତାନ୍ତରିତ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡ଼ା ସମସ୍ତ ତହସିଲଦାରମାନଙ୍କୁ କହିଛନ୍ତି । ବେବନ୍ଦୋବସ୍ତ ଜମିଗୁଡିକ ମଧ୍ୟ ବନ୍ଦୋବସ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଗ୍ରାମକଣ୍ଠକ ପରମ ଭୋକ ଜମିଗୁଡିକ ଯଥା ଶୀଘ୍ର ବନ୍ଦୋବସ୍ତ କରିବାକୁ କହିଥିଲେ । ଜିଲ୍ଲାରେ ରହିଥିବା ୧୪୩ ଗୋଟି ସଇରାତ ଉତ୍ସ ଗୁଡିକ କାର୍ଯ୍ୟକ୍ଷମ ରହିଛି । ଯଥାଶୀଘ୍ର ସେଗୁଡିକ ଷ୍ଟିଲ ଏବଂ ମାଇନ୍ସ ବିଭାଗକୁ ହସ୍ତାନ୍ତର କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ । ଓଡିଶା ରାଜ୍ୟ ପରିବହନ ବିଭାଗ ବସ ଗୁଡିକ ଆସନ୍ତା ୨ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ବସି ରହିବା ଡିପୋ ସକାଶେ ଜାଗା ଚିହ୍ନଟ କରିବାକୁ କୁହାଯାଇଛି । ଓପିଟିସିଏଲ୍‌ ସକାଶେ ୫୦ ଏକର ଜାଗା ଦିଆଯିବ । ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ତହସିଲଦାରମାନଙ୍କୁ ଜଣାଇଥିଲେ ଅବକାରୀ ବିଭାଗକୁ ଚଳିତ ଆର୍ଥିକ ବର୍ଷ ୨୦୨୩ – ୨୪ ସକାଶେ ୯୮.୪ କୋଟି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ତନ୍ତୁରୁ ୨୩.୧୮ କୋଟି ଏଯାବତ ଆଦାୟ ହୋଇଛି । ଏହାକୁ ବ୍ୟାପକ କରି ଡିସେମ୍ବର ଶେଷ ସୁଧା ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବାକୁ ନିର୍ଦେଶ ଦେଇଥିଲେ । ସେହିପରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗଞ୍ଜାମ ନିମନ୍ତେ ୯୬.୬୫ କୋଟି ଲକ୍ଷ୍ୟ ରଖାଯାଇଛି । ଏଯାବତ ୨୧.୮୭ କୋଟି ଆଦାୟ ହୋଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ଭଞ୍ଜନଗର ସକାଶେ ଚଳିତ ଆର୍ଥିକ ବର୍ଷରେ ୬୧.୪ କୋଟି ଲକ୍ଷ୍ୟ ରଖାଯାଇଥିବା ସୁଳେ ୩.୪୨ କୋଟି ଆଦାୟ ହୋଇଛି । ଲକ୍ଷ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପୂରଣ କରିବାକୁ ଉଭୟ ଆଞ୍ଚଳିକ ପରିବହନ ଅଧୁକାରୀଙ୍କୁ ନିର୍ଦେଶ ପ୍ରଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବସଷ୍ଟାଣ୍ଡ ସକାଶେ ଜାଗା ଚିହ୍ନଟ କରାଯାଇଛି । ଆଞ୍ଚଳିକ ପରିବହନ ବିଭାଗ ଉକ୍ତ ସ୍ଥାନ ଗୁଡିକ ତଦାରଖ କରି ବସଷ୍ଟାଣ୍ଡ ସକାଶେ ଉପଯୁକ୍ତ ନା ନାହିଁ ଜଣାଇଲେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ସେହିଭଳି ବସ ରହଣି ସକାଶେ ଡିପୋର ସ୍ଥାନ ନିରୂପଣ ହୋଇଛି । ସେଗୁଡିକୁ ମଧ୍ୟ ଦେଖୁ ଜଣାଇବାକୁ କୁହାଯାଇଛି । ମୋ ଘର ଯୋଜନାରେ ହିତାଧିକାରୀମାନଙ୍କ ସକାଶେ ଆବଶ୍ୟକ ପଡୁଥିବା ବିଭିନ୍ନ ପ୍ରମାଣ ପତ୍ର ସମ୍ବନ୍ଧୀୟ କାର୍ଯ୍ୟ ଅବିଳମ୍ବେ ଶେଷ କରି ପ୍ରମାଣ ପତ୍ର ପ୍ରଦାନ କରିବାକୁ କୁହାଯାଇଛି । ଯେଉଠି ରାଜସ୍ୱ ନିରୀକ୍ଷକଙ୍କ କୋଠା ନିର୍ମାଣ ହୋଇଛି ତାହା କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦିଆଯାଇଛି । ଜମି ଜମା ବାବଦ ସମସ୍ୟା ସମ୍ପର୍କିତ ସୁବିସ୍ତୃତ ଆଲୋଚନା ହୋଇଛି ଏବଂ ସେଗୁଡିକ ଆସନ୍ତା ବୈଠକ ପୂର୍ବରୁ ଯେଭଳି ସମାଧାନ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ତହସିଲ ଦ୍ୱାରା କରାଯାଉଥିବା ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟା ରଞ୍ଜନ ସୃଷ୍ଟି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସାଂଗକୁ ବୈଠକରେ ସମୀକ୍ଷା କରିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ମୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ରଞ୍ଜନ ରାୟ, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଡେପୁଟି – କଲେକ୍ଟର ରାଜସ୍ଵ ପ୍ରକାଶ କୁମାର ଦାସ, ଭୂ-ଅର୍ଜନ ଅଧିକାରୀ ଦୟାସିନ୍ଧୁ ପରିଡା, ଗଞ୍ଜାମଜିଲ୍ଲାର ସମସ୍ତ ତହସିଲଦାରଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.