centurian jitm

ମୁଖ୍ୟମନ୍ତ୍ରୀଙ୍କ ନିଆରାପୂର୍ଣ୍ଣ ଦିନିକିଆ ଗଞ୍ଜାମ ଗସ୍ତ ଶେଷ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ ଶେଷ ହୋଇଛି । ପ୍ରଥମେ ଗଞ୍ଜାମ ଜିଲ୍ଲାର କବିସୂର୍ୟ୍ୟନଗର ଓ ହିଞ୍ଜିଳି ଗସ୍ତରେ ଯାଇ ସେଠାକାର ବିଶାଳ ସମାବେଶରେ ଯୋଗଦେଇ ନବୀନ ବିଭିନ୍ନ ପ୍ରକଳ୍ପର ଆନୁଷ୍ଠାନିକ ଉଦ୍‌ଘାଟନ କରି ସଭାମଞ୍ଚରେ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଗଞ୍ଜାମ ଜିଲ୍ଲାମହକୁମା ଛତ୍ରପୁରସ୍ଥ ମିନି-ଷ୍ଟାଡିୟମରେ ହେଲିକପ୍ଟରରେ ଅବତରଣ କରି ଛତ୍ରପୁର ମେଇନ ଷ୍ଟାଡିୟମରେ ଆୟୋଜିତ ବିଶାଳ ସମାବେଶରେ ଯୋଗଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିବା ୧୯୫୨.୮୯ କୋଟି ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଆନୁଷ୍ଠାନିକ ଉଦ୍‌ଘାଟନ ଏବଂ ଭିତ୍ତି-ପ୍ରସ୍ତର ସ୍ଥାପନ କରିଥିଲେ । ୨୨ ହଜାର ୨ ଶହ ସ୍ୱୟଂ ସହାୟକ ଗୋଷ୍ଠୀର ୨.୨୪ ଲକ୍ଷ ମିଶନ ଶକ୍ତି ମହିଳାମାନଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ସହାୟତା ପ୍ରଦାନ କରିଥିଲେ । ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠକ ଘର ଢ଼ିହ ପଟ୍ଟା ମୁଖ୍ୟମନ୍ତ୍ରୀ ବଣ୍ଟନ କରିଥିଲେ । ସେହିପରି ଛତ୍ରପୁରଠାରେ ଆନୁଷ୍ଠାନିକ ଭାବେ ୧୯୬ କୋଟି ୪୬ ଲକ୍ଷ ଟଙ୍କାର ୧୫୯ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ସମବେତ ଜନତାଙ୍କୁ ଓଜସ୍ୱିନୀ ଭାଷଣ ଦେଇ ଲୋକଙ୍କୁ ମନମୁଗ୍ଧ କରିଦେଇଥିଲେ । ଛତ୍ରପୁରଠାରେ ଆୟୋଜିତ ବିଶାଳ ସଭାମଞ୍ଚରେ ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ଲଘୁ-ସଙ୍ଗୀତର ଧୂନ୍‌ରେ ଅସ୍ଥାୟୀ ସଭା ମହଲରେ କମ୍ପି ଉଠିଥିଲା । ଅଗଣିତ ଦର୍ଶକ ବେଶ ଖୁସି ଅନୁଭବ କରିଥିଲେ । ଛତ୍ରପୁରଠାରେ ଆୟୋଜିତ ବିଶାଳ ସମାବେଶରେ ଗଞ୍ଜାମ, ହୁମା, ରମ୍ଭା, ବ୍ରହ୍ମପୁର, ଗୋପାଳପୁର, ରଙ୍ଗେଇଲୁଣ୍ଡା, କନିଷି, ଗୋଳନ୍ଥରା, ଇନ୍ଦ୍ରାକ୍ଷୀ ଏବଂ ବିଚ୍ଛିନ୍ନାଞ୍ଚଳରୁ ମଧ୍ୟ ବହୁ ତେଲୁଗୁ ମହିଳା ଓ ପୁରୁଷ କୋଣ ଅନୁକୋଣରୁ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ସମାବେଶରେ ପ୍ରାୟତଃ ୨୦ ହଜାରରୁ ଅଧିକ ଲୋକଙ୍କ ସମାବେଶ ହୋଇଥିବା ଦେଖାଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଆସିବା ବାଟରେ ସ୍ୱାଗତ କରିବା ସ୍ୱରୂପ ବିଭିନ୍ନ ସାଂସ୍କୃତିକ ଦଳ ତରଫରୁ ଲୋକକଳା ପରିବେଷଣ ଏବଂ ଏସ୍‌.ଏଚ୍‌.ଜି. ମହିଳା ଅବା’ ମିଶନଶକ୍ତି ମହିଳାମାନଙ୍କ ହୁଳାହୁଳି ଧ୍ୱନିରେ ସ୍ଥାନଟି ମୁଖରୀତ ସୃଷ୍ଟି କରିଥିଲା ।

Leave A Reply

Your email address will not be published.