ଗଞ୍ଜାମ ଦପ୍ତରରେ ସପ୍ତାହନ୍ତ ଛୁଟି ବିରତି ଆମୋଦ ପ୍ରମୋଦ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରଦପ୍ତର ଛତ୍ରପୁର ଷ୍ଟାଡିୟମ ଠାରେ ସରକାରୀ କର୍ମଚାରୀ, ଅଫିସର ମାନଙ୍କର ଛୁଟି ବିରତି ଅବସରରେ ଏକ ଆମୋଦ ପ୍ରମୋଦ କାର୍ୟ୍ୟକ୍ରମର ଆୟୋଜନ ଚାଲିଛି । ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ପକ୍ଷରୁ ଛତ୍ରପୁର ଠାରେ ଏହା ଆୟୋଜନ ହୋଇଛି । ଅପ୍ରିଲ ପହିଲା ଦିନ ସରକାରୀ କାର୍ୟ୍ୟ ପରେ ଅପ୍ରିଲ ୨ ତାରିଖରୁ ୪ ତାରିଖ ଯାଏଁ ଅଫିସିଆଲି ଭାବେ ଏକ ଏନଜୟମେଣ୍ଟର ଆୟୋଜନ ହୋଇଛି । ଯାହା ୨ ତାରିଖରେ ଅଫିସଷ୍ଟାଫଙ୍କ ମଧ୍ୟରେ ରଙ୍ଗୋଲି କାର୍ୟ୍ୟକ୍ରମ ହୋଇଥିଲା । ୩ ତାରିଖରେ ଅର୍ଥାତ ଶନିବାର ଦିନ ପୂର୍ବାହ୍ନ ୮ ଘଣ୍ଟାରେ ଆରମ୍ଭ ହୋଇଥିବା ବେଡମିଟନ ଖେଳ ପ୍ରତିଯୋଗିତାକୁ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି, ଛତ୍ରପୁର ଇଣ୍ଡୋରଷ୍ଟାଡିୟମରେ ଛତ୍ରପୁର ବ୍ଲକ ସହ ଡିଆରଡିଏ ଷ୍ଟାଫଙ୍କ ମଧ୍ୟରେ ବେଡ଼ମିଟନ ଖେଳ ପ୍ରତିଯୋଗିତା ଜୋର ସୋର ଚାଲିଛି । ଆଜି ଦିନରେ ପୁଣି ଚେସଖେଳ, କେରମ ଖେଳ ଆଦି ବହୁ ଆମୋଦ ପ୍ରମୋଦ ଖେଳ ଛତ୍ରପୁର ଡିଆରଡିଏ ଏବଂ ବ୍ଲକ ଷ୍ଟାଫ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସଂଗଠିତ ହେଉଅଛି । ରବିବାର ଦିନ ଡିଆରଡିଏ ଏବଂ ବ୍ଲକ ଷ୍ଟାଫ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଏକ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଂଗଠିତ ହେବାପାଇଁ ଆୟୋଜନ ଚାଲିଛି ।

Leave A Reply

Your email address will not be published.