ଗଞ୍ଜାମ ଜିଲ୍ଲାସ୍ତରୀୟ ଅନ୍ତଃ ୧୫ ବର୍ଷୀୟ ସିଏମ୍ କପ୍ ଫୁଟବଲ୍ ଚାମ୍ପିୟନସିପ୍ ସଂଗଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଅନ୍ତଃ ୧୫ ବର୍ଷୀୟ ସିଏମ୍ କପ୍ ଫୁଟବଲ୍ ଚାମ୍ପିୟନସିପ୍ ମଙ୍ଗଳବାର ବ୍ରହ୍ମପୁର ଜୋନ୍‌ର ଶେଷ ଦିନରେ ପହଁଚିଥିଲା । ଶେଷ ଦିନରେ ମ୍ୟାଚ ଖେଳା ଯାଇଥିଲା କଳାହାଣ୍ଡି ଓ ନବରଙ୍ଗପୁର ମଧ୍ୟରେ । ଉଭୟ ଦଳ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଦେଖିବାକୁ ମିଳିଥିଲା । କଳାହାଣ୍ଡି ୧ ଗୋଲ ଓ ନବରଙ୍ଗପୁର ୧ ଗୋଲ କରି ପ୍ରଥମେ ଡ୍ର ହୋଇଥିଲା, କିନ୍ତୁ ପେନାଲ୍ଟି ଶୁଟ୍ ଆଉଟ ରେ ନବରଙ୍ଗପୁର ୩ ଓ କଳାହାଣ୍ଡି ୨ ଗୋଲ କରିଥିଲେ ଏବଂ ନବରଙ୍ଗପୁର ୩ ଗୋଲ କରି ଜୋନ ବିଜୟୀ ହୋଇଛନ୍ତି । ଉଭୟ ଦଳର ଖେଳାଳି ମାନେ ଅତି ସୁନ୍ଦର ଖେଳର ପ୍ରଦର୍ଶନ କରିଥିଲେ ଏବଂ କଳାହାଣ୍ଡି ଦଳ ଉପ ବିଜେତା ହୋଇଥିଲେ । ନବରଙ୍ଗପୁର ଦଳକୁ ୫୦ହଜାର ଟଙ୍କା ଓ ଉପ ବିଜେତା କଳାହାଣ୍ଡି ଦଳକୁ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଗଲା । ଜୋନର ଶେଷ ମ୍ୟାଚରେ ମେନ ଅଫ ଦ ମ୍ୟାଚ୍ ନବରଙ୍ଗପୁର ଦଳର ଅନୁଜ ପାୟଲ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଯୋଗଦେଇଥିବା ବେଳେ ଅତିଥି ଭାବେ ଯୋଗଦେଇଥିଲେ ଓଡିଶା ଓଲମ୍ପିକ ଆସୋସିଏସନ୍‌ର ସମ୍ପାଦକ ଅଭିଜିତ ପାଳ ଏବଂ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ମିଶ୍ର ଓ ଗଞ୍ଜାମ ଜିଲ୍ଲା ବି.ଜେ.ପି ଦଳ ର ସଭାପତି ଯୋଗଦେଇଥିଲେ। ଏବଂ ମ୍ୟାନ ଅଫ ଦ ମ୍ୟାଚ ପ୍ରଦାନ କରିଥିଲେ । ଏଥିରେ ବିଜୟ କୁମାର ପଟ୍ଟନାୟକ, ଦୁର୍ଗା ପଟ୍ଟନାୟକ, ତାରିଣୀ ସାମନ୍ତରାୟ, ଡି. ଆପରାଓ, ଡି. ବାବୁ ରାଓ, ଡି. ଗନ୍ତାୟତ, ଜି. ଏମ୍. ବାବୁ, ପ୍ରମୋଦ ମହାରଣା, ଏଲ୍. କେ ରାଓ ରେଡ୍ଡୀ, ଗୋପାଳ ପଣ୍ଡା, ରାଜେନ୍ଦ୍ର ସାହୁ, ଭି. ନାଗେଶ୍ୱର ରାଓ, ବିଶ୍ୱନାଥ ପାତ୍ର, ରାଜେନ୍ଦ୍ର ସାହୁ ଏସ୍‌.ସି ପ୍ରଧାନ, ଜନର୍ଦ୍ଧନ ପାତ୍ର, ଏବଂ ଜିଲ୍ଲାର ବରିଷ୍ଠ ଖେଳାଳି ମାନେ ଯୋଗଦେଇଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଂଘ ର ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.