centurian jitm

ମା’ରାମଚଣ୍ଡୀ ମନ୍ଦିରର ଉନ୍ନୟନ ପ୍ରକଳ୍ପ ପାଇଁ ଜମି ଚି଼ହ୍ନଟ କଲେ ଗଞ୍ଜାମ ରାଜସ୍ଵ ନିରୀକ୍ଷକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ତହସିଲ ଅନ୍ତର୍ଗତ କରପଡା ଗ୍ରାମପଞ୍ଚାୟତର ଆଲିଆବାଦ ମୌଜାରେ ଥିବା ନୀଳାଦ୍ରୀପୁର ଗ୍ରାମରେ
ମା” ରାମଚଣ୍ଡୀଙ୍କ ପାହାଡ ତଳେ ତଥା ରାମଚଣ୍ଡୀ ପର୍ବତ ପରିସରରେ ଥିବା ସରକାରୀ ଜମିକୁ ବିଧିବଦ୍ଧ ଭାବେ ଚିହ୍ନଟ କରାଯାଇଛି । ପ୍ରକାଶ ଥାଉକି, ରାମଚଣ୍ଡୀ ମନ୍ଦିରର ଉନ୍ନୟନ ପରିସରକୁ ବ୍ୟାପକ କରାଯିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ହୋଇଥିଲା । ଏ ନେଇ ଗଞ୍ଜାମ ତହସିଲଦାରଙ୍କ ନିର୍ଦ୍ଧେଶ କ୍ରମେ ଏଠାରେ ଶକ୍ତିପୀଠର ମାହାତ୍ମ୍ୟକୁ ବ୍ୟାପକ କରାଯିବା ସାଂଗକୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏନେଇ ଗୁରୁବାର ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ଗଞ୍ଜାମ ରାଜସ୍ଵ ନିରୀକ୍ଷକ ସୀତାରାମ ସାହୁ ଓ ଅମୀନ ଲାଲକ୍ରିଷ୍ଣା ଦାସଙ୍କ ଦ୍ଵାରା ମନ୍ଦିର ପାଇଁ ଆସିଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାକୁ ତ୍ଵରାନିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ, କମିଟୀ ଓ ଗ୍ରାମବାସୀଙ୍କ ତରଫରୁ ପରିଚାଳନା କମିଟୀ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପନ୍ଦରଜଣିଆ କମିଟୀ ସକ୍ରୀୟ ଉପସ୍ଥିତ ଥିଲେ । ସରକାରଙ୍କ ତରଫରୁ ଆସିଥିବା ଅନୁଦାନ ଓ ଟ୍ରଷ୍ଟ ସହଯୋଗରେ ମାଁ ରାମଚଣ୍ଡୀ ଶକ୍ତିପୀଠ ପରିସରରକୁ ବର୍ଦ୍ଧିତ ଓ ବ୍ୟାପକ କରାଯିବା ପୂର୍ବକ ଏଠାରେ ନାମଯଜ୍ଞ-ମଣ୍ଡପ, ବୃଦ୍ଧାଶ୍ରମ, ପରିବାହାଟ ଓ ଫୁଲ ବଗିଚା ନିର୍ମାଣ କରାଯିବା ନିମନ୍ତେ ଆବଶ୍ୟକ ହେଉଥିବା ଜମି ଚି଼ହ୍ନଟ ପ୍ରକ୍ରିୟା କରାଯାଇଥିଲା । ଏହି ଚି଼ହ୍ନଟ ପ୍ରକ୍ରିୟା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ସମୟରେ ଅନ୍ୟମାନଙ୍କ ମଧ୍ୟରେ, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟୀ କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ(ମହାରାଜ), କୁଞ୍ଜ ନାୟକ, ସୁଧୀର ମହାରଣା, ଶଙ୍କର ଚର୍ତ୍ତୀ, ଶଙ୍କର ନାୟକ, ରାମ ନାୟକ, ମକୁନ୍ଦ ନାୟକ, ନାରାୟଣ ଚର୍ତ୍ତୀ, କେଦାର ନାୟକ, ସନ୍ତୋଷ ପଣ୍ଡା ପ୍ରମୁଖ ଏହି ଆନୁଷ୍ଠାନିକ କାର୍ଯ୍ୟରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏହିସବୁ ଜମିରେ ରାଜ୍ୟ ସରକାରଙ୍କ ତରଫରୁ ବିଧାୟକ ଓ ସାସଂଦ ପାଣ୍ଠିରୁ ଆସିଥିବା ବିଭିନ୍ନ ପ୍ରକଳ୍ପ କରାଯିବା ନେଇ ପ୍ରସ୍ତାବ ରହିଛି । ଯାହାଫଳରେ ମନ୍ଦିରର ଉନ୍ନତୀ କରଣ ସହିତ ସେହି ଅଞ୍ଚଳର ଯୁବପୀଢ଼ିଙ୍କ ପାଇଁ ଏକ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ଆଶା ପ୍ରକଟ କରାଯାଇଛି । ଗଞ୍ଜାମ ତହସିଲଦାରଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ନେଇ ଗ୍ରାମବାସୀ ଭୂରିଭୂରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.