ଅବସର ନେଲେ ଗଣିତ ଶିକ୍ଷକ ଉଦ୍ଧବ ଚରଣ ବେହେରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସରଣ୍ଡାପାଲି ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ମନୋଜ କୁମାର ହରିପାଲଙ୍କ ସଭାପତିତ୍ୱରେ ଏକ ଅବସର କାଲିନ ସଭା ଅନୁଷ୍ଠିତ ହୋଇଯାଇଛି । ଉଦ୍ଧବ ଚରଣ ବେହେରା ସହକାରୀ ଗଣିତ ଶିକ୍ଷକ ଭାବରେ ଦୀର୍ଘ ୩୫ବର୍ଷ ଶିକ୍ଷକତା ତା : ୩୧ / ୫ /୨୧ ଅବସର ଗ୍ରହଣ କରିଛନ୍ତି । ଛାତ୍ର ବତ୍ସଲ, ପରୋପକାରୀ, ଦକ୍ଷ ଗଣିତଜ୍ଞ ଭାବରେ ଏହି ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ତାଙ୍କର ସ୍ଥାନ ପାଇଁ ଅପୂରଣୀୟ ହୋଇ ରହିବ । ଜଣେ ଆଦର୍ଶ କର୍ମ ନିଷ୍ଠ ଲୋକ ପ୍ରିୟ ଶିକ୍ଷକ ଭାବରେ ସାର୍ବଜନ ବିଧିତ । ଏଇ ସଭାରେ ବିଦ୍ୟାଳୟ ବରିଷ୍ଠ ସହକାରୀ ଶିକ୍ଷକ ଭରତ କୁମାର ଗିରି ଓ ହିଲି ଶିକ୍ଷକ ଧର୍ମପାଲ ସେଠ, ଖେଳ ଶିକ୍ଷକ ସୁନିଲ କୁମାର ନାଏକ ଯୋଗଦାନ କରି ଶିକ୍ଷା ଓ ଶିକ୍ଷକ ମାନଙ୍କ ସମାଜରେ ମହତ୍ତ୍ଵ ଓ ନିଜ ନିଜର ଅନୁଭୁତି ବିଷୟରେ ମତ ପ୍ରକାଶ କରିଥିଲେ । ଶିକ୍ଷୟତ୍ରୀ ବନ୍ଦିତା ଦାସ ଓ ସଞ୍ଜୁ ବାଲା ପୃଷ୍ଠି ସଭାରେ ଯୋଗଦାନ ପୂର୍ବକ ସ୍ୱଳ୍ପ ସମୟର ବକ୍ତବ୍ୟ ମଧ୍ୟରେ ଶିକ୍ଷକଙ୍କ ସାନିଧ୍ୟ ପାଇଁ ଜୀବନର ବିଭିନ୍ନ ପରିବର୍ତ୍ତନ ସହିତ କିପରି ଉପକୃତ ହୋଇଛନ୍ତି ? ସଭାରେ ପ୍ରଶ୍ନ ଉଠିଥିଲା । ଏହି ବିଦାୟ କାଳୀନ ସଭାରେ ଗାଇସିଲେଟ ବ୍ଲକ ସରର୍ଦ୍ଦାପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ, ବନ୍ଧପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାମଲିକ, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଭବାନୀ ଶଙ୍କର ସାହୁ ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷକ ଦ୍ଵାରା ବିଦାୟୀ ଶିକ୍ଷକ ଉଦ୍ଧବ ଚରଣ ବେହେରା ମହୋଦୟଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ସଭା ଶେଷରେ ଶିକ୍ଷୟିତ୍ରୀ ସୁନିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.