ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଜାତୀୟ ଗଣିତ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ଆଚାର୍ଯ୍ୟ ନିତ୍ୟାନନ୍ଦ ପଧାନ ଏହି ଦିବସର ଉଦ୍ଦେଶ୍ୟ କଥନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଛାତ୍ରଛାତ୍ରୀମାନଙ୍କୁ ଗଣିତ ଦିବସ ବିଷୟରେ ସୂଚନା ଦେବା ସହ ସବୁଠାରେ ଗଣିତର ବ୍ୟବହାର ହେଉଥିବା କଥା କହିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଣିତ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଗଣିତ ହାଟର ମଧ୍ୟ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.