ଗଙ୍ଗାସାଗରରେ ବୁଡ଼ ପକାଇଲେ ୫୧ ଲକ୍ଷ ତୀର୍ଥଯାତ୍ରୀ

କୋଲକାତା : ସାଗର ଦ୍ୱୀପରେ ରବିବାର ସନ୍ଧ୍ୟା ସୁଦ୍ଧା ଘନ କୁହୁଡି ମଧ୍ୟରେ ୫୧ ଲକ୍ଷ ତୀର୍ଥଯାତ୍ରୀ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି । ଗଙ୍ଗାସାଗର ମେଳାରେ ଏପର୍ଯ୍ୟନ୍ତ ସମୁଦାୟ ୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ରବିବାର ହୋଇଥିବା ମୃତ୍ୟୁ ମଧ୍ୟରୁ ଜଣେ ମହାରାଷ୍ଟ୍ରର ଏବଂ ଜଣେ ଉତ୍ତରପ୍ରଦେଶର । ଉଭୟ ବୃଦ୍ଧ ତୀର୍ଥଯାତ୍ରୀ ଥିଲେ । ଉଭୟଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ୧୨୫ ତୀର୍ଥଯାତ୍ରୀ ଅସୁସ୍ଥ ହୋଇଛନ୍ତି । ଏଥିମଧ୍ୟରୁ ୨୫ ଭକ୍ତ ରବିବାର ଅସୁସ୍ଥ ହୋଇ ପଡ଼ିଛନ୍ତି । ମନ୍ତ୍ରୀ ଅରୁପ ବିଶ୍ବାସ କହିଛନ୍ତି ଯେ, ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ସାତ ଜଣ ତୀର୍ଥଯାତ୍ରୀଙ୍କୁ କୋଲକାତା ପଠାଯାଇଛି ଏବଂ ୧୬ ଜଣ ତୀର୍ଥଯାତ୍ରୀଙ୍କୁ ଓ୍ବାଟର ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି । ବୁଡ ପକାଇବା ପାଇଁ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରୁ ତୀର୍ଥଯାତ୍ରୀମାନେ ଆସିବା ଜାରି ରଖିଛନ୍ତି । ଏଥର ଆସାମ, ମଣିପୁର ଏବଂ ମିଜୋରାମର ଭକ୍ତମାନେ ମଧ୍ୟ ଗଙ୍ଗାସାଗରକୁ ଆସିଛନ୍ତି । ନେପାଳରୁ ମଧ୍ୟ ତୀର୍ଥଯାତ୍ରୀ ଆସିଛନ୍ତି । ବଙ୍ଗଳାର ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ ମଧ୍ୟ ସନ୍ଧ୍ୟାରେ ସାଗର ଦ୍ୱୀପରେ ପହଞ୍ଚି ଗଙ୍ଗାସାଗର ମେଳାର ତଦାରଖ କରିଥିଲେ । ଏମାନଙ୍କ ବ୍ୟତୀତ ରାଜ୍ୟର ୭ ଜଣ ମନ୍ତ୍ରୀ ଗଙ୍ଗାସାଗର ମେଳାରେ ଅଛନ୍ତି । ଡିଏମ୍ ସୁମିତ ଗୁପ୍ତା ଏବଂ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଗଙ୍ଗାସାଗର ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୪ ହଜାର ପୋଲିସ ନିୟୋଜିତ ହୋଇଛନ୍ତି । ଏଥର ଗଙ୍ଗାସାଗର ମେଳାରେ ନିର୍ମିତ ବଡ ୱାଚ୍ ଟାୱାର ମାଧ୍ୟମରେ ଲୋକଙ୍କୁ ନଜର ରଖାଯାଉଛି । ଏଥର ମଧ୍ୟ ସାଗର ମେଳାରେ ଚୋର ଏବଂ ଦୁଷ୍କର୍ମକାରୀଙ୍କ ସଂଖ୍ୟା ଯଥେଷ୍ଟ । ଏଭଳି ଲୋକଙ୍କ ଉପରେ ଜିଲ୍ଲା ପୋଲିସ ଓ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛନ୍ତି ।

Leave A Reply

Your email address will not be published.