କେ.ଭି. କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ

  • ଅମୃତ ଓ ଆଲୋକର କବି ହେଉଛନ୍ତି ଗଙ୍ଗାଧର ମେହେର
  • ଗଙ୍ଗାଧରଙ୍କ ସାହିତ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଗଙ୍ଗାଧର ମେହେର ହେଉଛନ୍ତି ଏ ମାଟିର ଗର୍ବ ଓ ଗୌରବ । ସେ ଅମୃତ ଓ ଆଲୋକର କବି । ଗଙ୍ଗାଧରଙ୍କ ସାହିତ୍ୟ ଆଜି ମଧ୍ୟ ପ୍ରାସଙ୍ଗିକ । ଏ ମତ ପ୍ରକାଶ ପାଇଛି କଣ୍ଟାବାଞ୍ଜି ମହାବିଦ୍ୟାଳୟ ସ୍ନାତ କୋତ୍ତୋର ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସଭାରେ । ବିଭାଗୀୟ ମୁଖ୍ୟ ଡଃ. ସଞ୍ଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏ ସଭାରେ ଉଦ୍‌ଘାଟକ ଭାବରେ ମହାବିଦ୍ୟାକୟର ଅଧ୍ୟକ୍ଷ ଡଃ. ପଦ୍ମଲୋଚନ ବର୍ମା ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଡଃ. ଗୋବର୍ଦ୍ଧନ ନାୟକ ପ୍ରାଧ୍ୟାପିକା ପ୍ରଭାସିନୀ ରାଉତରାୟ ଓ ଅଧ୍ୟାପକ ପ୍ରଦ୍ୟୁମ୍ନ ବାଗ ଯୋଗଦେଇଥିଲେ । ଉତ୍ସବରେ ଛାତ୍ର ବେଣୁଧର ନାଗ, ଆଲୋକ କରଣ, ଛାତ୍ରୀ ନିହାରିକା କମ୍ପ, ଲଷ୍ମୀପ୍ରିୟା ସାହୁ, ଧନମତି ମାହାର, ଗୁଣ୍ଡିଚା ଭୋଇ, ଅଙ୍କିତା ନାଏକ, ସୁମନ ନାଏକ, ତରଂନୁମ ପରବିକ, ଶୁଭଶ୍ରୀ ବିଶ୍ୱାଳ ପ୍ରମୁଖ ଗଙ୍ଗାଧରଙ୍କ ସାହିତ୍ୟ ଉପରେ ପ୍ରବନ୍ଧ ପାଠ କରିଥିଲେ । ମୁଖ୍ୟ ଅତିଥି ଡଃ. ନାୟକ ଗଙ୍ଗାଧରଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ । ସଭାପତି ଡଃ. ମିଶ୍ର ସାମ୍ପ୍ରତିକ ଜୀବନରେ ଗଙ୍ଗାଧରଙ୍କ ସାହିତ୍ୟ ଏକ ମହୌଷଧି ବୋଲି ମତ ଦେଇଥିଲେ । ଏ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗଙ୍ଗାଧର ସାହିତ୍ୟ ଗାନ କରାଯାଇଥିଲା ।

Leave A Reply

Your email address will not be published.