oom

ଦେଓଗାଁ ବ୍ଳକ ସାହିତ୍ୟ ଘରର ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାହିତ୍ୟ ଘର ତରଫରୁ ରବିବାର ଦିନ ଜରାସିଂହା ସ୍ଥିତ ମାଳିପଡା ପ୍ରାଥମିକ ବିଦ୍ୟାଳୟରେ ୧୩୭ ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଗଙ୍ଗାଧର ସାହିତ୍ୟ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ସମ୍ବାଦ ସାହିତ୍ୟ ଘରର ସଭାପତି ଡ଼ଃ. ସୁଧାଂଶୁ ଭୂଷଣ ମେହେର ସଭାପତିତ୍ୱ କରିଥିବା ବେଳେ ଦେଓଗାଁ ଏବିଇଓ ଅଜିତ ମିଶ୍ର ମୁଖ୍ୟଅତିଥି ଭାବେ ଓ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା, ସାହିତ୍ୟ ଘରର ଉପ ସଭାପତି ଦେବ ପ୍ରସାଦ ମେହେର, ସଇଁନ୍ତଲା ଓ ଗୁଡ଼ଭେଲା ବ୍ଳକ ସାହିତ୍ୟ ଘର ସଂପାଦକ ଯଥାକ୍ରମେ ବରୁଣ ସାହୁ ଓ ହେମନ୍ତ ଦାସ, ଡଃ. ଶିବବ୍ରତ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ବୈଠକରେ ଗଙ୍ଗାଧର ସାହିତ୍ୟ ଓ ତାହାର ବୈଶିଷ୍ଟ୍ୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସାହିତ୍ୟ ଘରର ସମ୍ପାଦକ ଧନେଶ୍ଵର ଥନାପତି ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ସହ ସମ୍ପାଦକ ପ୍ରଦୀପ ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଏହି ଆଲୋଚନା ଚକ୍ରରେ କବି ପ୍ରହଲ୍ଲାଦ ଦଣ୍ଡସେନା, ଶୁଭେନ୍ଦୁ ଷାଣ୍ଢ, ଅଭୟ ଚରଣ ତ୍ରିପାଠୀ, ବୁଟୁ ନାଟ, ନରସିଂହ ମେହେର, ପ୍ରଦୀପ ନାଏକ, ସନ୍ତୋସିନୀ ନାଏକ, ନୂପୁର ନାଏକ, ହୀରାବତୀ ସାହୁ, ଅନୁପ କୁମାର ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅନୁପ ମେହେରଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ଶିବ ପ୍ରସାଦ ସାହୁ, ଧନେଶ୍ଵର ଥନାପତି ଓ ମିଥୁନ ବଗର୍ତ୍ତି ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ରୁଦ୍ରକଳା ଛତ୍ରିଆ, ଲକ୍ଷ୍ମୀଧର ପୁଟେଲ, ନିଲମ ଦିଗାଲ, ନିହାରିକା ପର୍ଦିଆ, କ୍ରିଷ୍ଣା କୁମାରୀ ତ୍ରିପାଠୀ, ବିଜୟ ଦଣ୍ଡସେନା, ଯୌବନ ନନ୍ଦ, ପ୍ରଶାନ୍ତ ଥନାପତି, ଉଜ୍ୱଳ ଝାଙ୍କର, ତେଜସ୍ୱିନୀ ମନହୀରା, ଅର୍ପିତା ମନହୀରା, ଶାଳିନୀ ବକୁଳ, ଆୟୁଷ ଲାଲ, ଅବିନାଶ ସାହୁ, ଦୀପକ ବୁଡେକ, ଗୁପ୍ତେଶ୍ୱର ମେହେର, ବିମଳ ମେହେର, ଅରୁଣ ଭୁଏ, ବସୁଦେବ ସେଠ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଅନୁଷ୍ଠାନର ସଂଯୋଜକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶେଷଦେବ ମେର୍ଲି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.