ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗଣେଶ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅଧିନ ଦହମୁଣ୍ଡାସ୍ଥିତ +୨ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବାବା ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ଜୟଦେବ ଦାସ ଯୋଗଦେଇ ଗଜାନନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥିଲେ । ଶିକ୍ଷାକେନ୍ଦ୍ର ପକ୍ଷରୁ ଅଧ୍ୟାପକ ପଣ୍ଡିତ ଗଜାନନ ମହାପାତ୍ର ଗଣେଶଙ୍କୁ ମନ୍ତ୍ରପାଠ ସହ ପୂଜା ଅର୍ଚ୍ଚନା କରିଥିଲେ । ଏଥିରେ ଛାତ୍ରୀ ସାଗରିକା ଭୂୟାଁ, ଅନନ୍ୟା ଦାସ, ତାନିଆ ମହାନ୍ତି, ଲକ୍ଷ୍ମୀପ୍ରିୟା ଦେ, ଶ୍ରଦ୍ଧାଞ୍ଜଳି ଦେ, ଅଙ୍କିତା ସାହୁ, ଗାୟତ୍ରୀ ଦେ, ଶୁଭଶ୍ରୀ ମଣ୍ଡଳ, ସୋନାଲି ଜେନା, ମିଲି ସାହୁ, ଉର୍ମିଳା ଦେ, ସୁପ୍ରିୟା ଦାସ, ଲିପି ମାହାନା, ଉଷାରାଣୀ କରଣ, ଜସ୍ମିତା ପାତ୍ର, ତପସ୍ୱିନୀ ପାତ୍ର, କାବେରୀ ସେଠୀ, ପୂଜାରାଣୀ ପ୍ରଧାନ, ମମତା ସାହୁ, ମଧୁସ୍ମିତା ପାତ୍ର ପ୍ରମୁଖ ସାଙ୍ଗକୁ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଛାତ୍ରୀ ସୁପ୍ରିୟା ମହାନ୍ତି, ବର୍ଷାରାଣୀ ଗିରି, ସରସ୍ୱତୀ ଗିରି ଓ ଛାତ୍ର ସତ୍ୟମ ଗିରି ପ୍ରମୁଖ ଯୋଗଦେଇ ବାବା ଗଣେଶଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.