ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୩ ନମ୍ବର ୱାର୍ଡ ଦେବୀନଗର ସାହି ସହରର ବୃହତ୍ତମ ସାହି ଅଟେ ଏବଂ ଏହି ସାହିରେ ଆଜକୁ ୪୦ବର୍ଷ ଧରି ପାରମ୍ପରିକ ଭାବେ ଗଣେଶ ପୂଜା ପାଳିତ ହୋଇ ଆସୁଥିବା ଜଣାଯାଇଛି । ଚଳିତବର୍ଷ ଦେବୀନଗର ପ୍ରଥମ ଲେନରେ ଅସ୍ଥାୟୀ ମଣ୍ଡପରେ ବର୍ଣ୍ଣାଢ଼୍ୟ ସମାରୋହରେ ଗଣେଶ ପୂଜା ପାଳିତ ହୋଇଯାଇଛି । ସାହି କମିଟିଙ୍କ ଦ୍ଵାରା ବିଘ୍ନ-ବିନାୟକ ଗଣନାଥ ଗଣେଶଙ୍କ ଆବାହନ ଓ ଯଥାରୀତିରେ ପୂଜାର୍ଚ୍ଚନା ଆଦି ମହାସାମାରୋହରେ ପାଳିତ ହୋଇଆସିଛି । ପ୍ରତିଦିନ ସନ୍ଧ୍ୟାରେ ସନ୍ଧ୍ୟା ଆରତୀ ଦର୍ଶନ କରିବା ନିମନ୍ତେ ଆଖପାଖ ସ୍ଥାନରୁ ବହୁ ଭକ୍ତମାନଙ୍କ ସମାଗମ ହୋଇ ଆଧ୍ୟାତ୍ମିକ ବାତାବରଣରେ ସ୍ଥାନଟି ମୁଖରିତ ହୋଇଛି ।