oom

ଗନ୍ଧରେଲ ଠାରେ ସଦର ପୋଲିସ ପକ୍ଷରୁ ୱାରେଣ୍ଟ ଲାଗିଥିବା ପଳାତକ ଆସାମୀଙ୍କ ଘର ସମ୍ମୁଖରେ ସମ୍ପତ୍ତି ବାଜ୍ୟାତି କରଣ କରାଯିବ ନେଇ ଘୋଷଣା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାରମ୍ବାର କୋର୍ଟର ସମନ ଆସି ୱାରେଣ୍ଟ ଜାରି ହେବା ପରେ ମଧ୍ୟ କିଛି ବ୍ୟକ୍ତିି କୋର୍ଟରେ ହାଜିର ହଉ ନାହାନ୍ତି । ତେବେ ସେମାନଙ୍କୁ କୋର୍ଟ ୱାରେଣ୍ଟ ଖିଲାପି ଲାଗି ପଳାତକ ଘୋଷିତ କରିଥିବା ବେଳେ ସେମାନଙ୍କର କିଛି ଲିଷ୍ଟ ବାହାର କରାଯାଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ସମସ୍ତ ଥାନାଗୁଡିରେ ଡିବ୍‌ଡିବି ବାଜା ବଜାଇ ପଳାତକଙ୍କ ଘରକୁ ଯାଇ ଏକ ନୋଟିସ ଜାରି କରାଯାଇ ୭ ଦିନ ମଧ୍ୟରେ ଯଦି କୋର୍ଟ କିମ୍ବା ନିକଟସ୍ଥ ଥାନାରେ ଆସାମୀ ହାଜିର ନହେଲେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାତି କରଣ କରାଯିବ ବୋଲି ଜଣାପଡିଛି । ତେବେ ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଏସ୍‌ଡିଜିଏମ୍‌ କୋର୍ଟରେ ବୁଠି ଓରଫ ରାଜେଶ ନାଗଙ୍କ ନାମରେ ୱାରେଣ୍ଟ ଖିଲାପି ଯୋଗୁଁ ଆଜି ତାଙ୍କ ଗନ୍ଧରେଲ ସ୍ଥିତ ବାସ ଭବନକୁ ଯାଇ ସଦର ଏସ୍‌ଡିପିଓ ତୋଫାନ ବାଗ ଓ ସଦର ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଡିବଡିବି ବାଜା ବଜାଇ ତାଙ୍କ ଘରେ ନୋଟିସ୍‌ ଲଗାଯାଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.