centurian jitm

ଗାନ୍ଧୀଜୀଙ୍କ ତିରୋଧାନ ଦିବସ ପାଳିତ : ସ୍ମୃତି ଚାରଣ କଲେ କଂଗ୍ରେସ କର୍ମୀ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କଂଗ୍ରେସ ମୁଖ୍ୟାଳୟ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ ପାଳିତ ହୋଇଯାଇଛି । ୧୯୪୮ ମସିହା ଠିକ୍‌ ଆଜି ଦିନରେ ଜାତିର ପିତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଆଜି ତାଙ୍କର ଏହି ପୂଣ୍ଣ୍ୟତିଥିରେ ନଗର କଂଗ୍ରେସ ତରଫରୁ ଶ୍ରଦ୍ଧାଞ୍ଜଳି ଦେବା ସହି ସହୀଦ ଦିବସରେ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଉପସ୍ଥିତ ଥିବା କଂଗ୍ରେସ କର୍ମୀମାନେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ କରି କହିଥିଲେ ତାଙ୍କର ଆଦର୍ଶ ତଥା ଅହିଂସା ବାଣୀକୁ ସେ ସମୟରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ଅନୁକରଣ କରିଆସିଛନ୍ତି । ସେ ସମୟରେ ତାଙ୍କର ମୃତ୍ୟୁ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଅହିଂସା ମାର୍ଗରେ ଭାରତ ଭଳିଆ ଏକ ଜନବହୁଳ ରାଷ୍ଟ୍ରକୁ ସ୍ୱାଧିନତା ଦେଇ ସେ ସାରା ବିଶ୍ୱବାସୀଙ୍କ ପାଇଁ ଏକ ଆଦର୍ଶ ପାଲଟି ଯାଇଥିଲେ । ତେଣୁ ଦେଶରେ ମଧ୍ୟ ତାଙ୍କୁ ବାପୁ ବୋଲି ସମ୍ବୋଧନ କରୁଥିଲେ ବୋଲି ବକ୍ତାମାନେ ତାଙ୍କ ସ୍ମୃତି ଚାରଣ କରି କହିଥିଲେ । ଆଜିର ଏହି ସ୍ମୃତି ଚାରଣ ସଭାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ହିମାଂଶୁ ନାୟକ, ଜୁଲୁ ପଟ୍ଟନାୟକ, ସୌମ୍ୟଦୀପ ସରାଫ, ଚିଣ୍ଟୁ ପଣ୍ଡା, ସଂଜୟ ମିଶ୍ର, ମହମ୍ମଦ ଅକବର, କୈଳାସ ମିଶ୍ର, ସୁରେନ୍ଦ୍ର ହଂସପାଲ, ଅଙ୍କିତ ସାହୁ, ବେଟୁନ ସ୍ୱାଇଁ, ରାଜେଶ ହୋତା, ଲୋପନ ମିଶ୍ର, ଝୁପୁଲୁ ମହାନ୍ତି, କିଶୋର ଦଣ୍ଡସେନା, ବ୍ରଜ ହୋତା, ଟିକଲ ପୁଟେଲ, ଅଶ୍ୱିନୀ ରାଉତ, ରାମ ସାହୁ, ହିତେଶ ଅଗ୍ରୱାଲ, ତୁଷାର କୁମ୍ଭାର, ବୁଲୁ ବେହେରା ପ୍ରମୁଖ ସ୍ମୃତି ଚାରଣ କରିଥିଲେ ।

Leave A Reply

Your email address will not be published.

error: Content is protected !!