ବଡ଼ମାଧପୁର ଗ୍ରାମରେ ପଞ୍ଚୁଦଣ୍ଡ ମିଳନ ଯାତ୍ରା ବେଳେ ପୂଜା ମଣ୍ଡପରେ ବିଧାୟକଙ୍କ ଭାଷଣକୁ ନେଇ ଗଣ୍ଡଗୋଳ ଓ ଧସ୍ତାଧସ୍ତି

  • ଦଳୀୟ ପ୍ରଚାରକୁ କେନ୍ଦ୍ର କରି ପଡିଲା ମହଙ୍ଗା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ବଡ଼ମାଧପୁର ଗ୍ରାମରେ ପଞ୍ଚୁଦଣ୍ଡ ମିଳନ ଯାତ୍ରା ଷ୍ଟେଜ୍‌ରେ ବିଜେଡ଼ି ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଭାଷଣକୁ ନେଇ ଗଣ୍ଡଗୋଳ ଓ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି ।

ଏହା କ’ଣ ଦଳୀୟ ପ୍ରଚାର ନା’ ସାଂସ୍କୃତିକ କାର୍ଯ୍ୟକ୍ରମ ବୋଲି ଯୁକ୍ତିତର୍କ ଆରମ୍ଭ ହୋଇ ସୃଷ୍ଟି ହୋଇଥିଲା ବଡ଼ ଧରଣର ଗଣ୍ଡଗୋଳ । ରାଜନୈତିକତାକୁ କେନ୍ଦ୍ର କରି ମହଙ୍ଗା ପଡିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏବଂ ତାଙ୍କ ସମର୍ଥକଙ୍କ ବାହାସ୍ପଟକୁ ନେଇ ବିଧାୟକ ଓ ସମର୍ଥକଙ୍କ ସହିତ ଧସ୍ତାଧସ୍ତି ପୂଜା ମଣ୍ଡପରେ ସୋମବାର ରାତ୍ରୀ ବେଳେ ଗାଳି ବର୍ଷଣର ରୋଳ ଉଦ୍ଭାସିତ ହୋଇଥିଲା ।

ସୂଚନା ଥାଉକି, ପାରମ୍ପରିକ ଏହି ଚୈତ୍ରପର୍ବ ଦଣ୍ଡଯାତ୍ରା ମେଳଣରେ ବିରାଟ ଅଭାବନୀୟ ଘଟଣା ଆଞ୍ଚଳିକ ଲୋକଙ୍କ ପାଇଁ ତଥା ବଡ଼ମାଧପୁର ଗାଁ ପାଇଁ ଏକ ଦୁଃଖଦ ଓ ପରିତାପର ବିଷୟ ହୋଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପରମ୍ପରା କ୍ରମେ ପ୍ରଚଳିତ ହୋଇଆସୁଥିବା ପଞ୍ଚୁଦଣ୍ଡ ଯାତ୍ରାର ମହାମିଳନ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ପାଳିତ ହୋଇ ଆସିଥିବା ବେଳେ ଗତକାଲି ରାତ୍ରିରେ ସଭାମଞ୍ଚରେ ବଡ଼ ଧରଣର ବିଶୃଙ୍ଖଳାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା । ଏହି ଦୃଶ୍ୟ ଦଣ୍ଡ ବିଧାନ ଭଳି ପବିତ୍ର ଭକ୍ତିବାଦର କାର୍ଯ୍ୟକ୍ରମକୁ ଅନେକଟା କଳୁଷିତ କରିଛି । ପ୍ରତି ବର୍ଷ ଏପ୍ରିଲ ୧୦ ତାରିଖରେ ସୁରୁଖୁରୁରେ ସମାହିତ ହୋଇଆସୁଥିବା ପଞ୍ଚୁଦଣ୍ଡ ମହାମିଳନ ଯାତ୍ରାରେ ଚଳିତବର୍ଷ ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରୁ ଦଣ୍ଡଯାତ୍ରା ଦଳ ଏହି ମହାମିଳନ ସମ୍ଭାରରେ ଅଂଶଗ୍ରହଣ କରିଥିଲେ । ଏହି ପଞ୍ଚୁଦଣ୍ଡ ମହାମିଳନ ଯାତ୍ରାରେ ମହାକାଳୀ ଓ ମହାଦେବଙ୍କ ଭେଟ ହୋଇଥିଲା । ଏହା ସୁରୁଖୁରୁରେ ହୋଇଆସୁଥିବା ବେଳେ ଗତକାଲି ରାତ୍ରି ସମୟରେ ଏଭଳି ଅରାଜକତାପୂର୍ଣ୍ଣ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଥିଲା । ଯାହା ସାଧାରଣରେ ଏକ ଅସନ୍ତୋଷର କାରଣ ହୋଇଥିଲା ।

Leave A Reply

Your email address will not be published.