ls

ଡେଲାଙ୍ଗରେ ବିଭିନ୍ନ ସ୍ଥାନରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ

sb

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାୁଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଉତ୍ସବରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ତପନ ଚନ୍ଦ୍ର ଦାସ, ଆଶିଷ କୁମାର ପାତ୍ର , ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ବିରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ପ୍ରାକ୍ତନ ଉପାଧ୍ୟକ୍ଷ ତଥା ସମିତି ସଭ୍ୟ ଅଜୟ କୁମାର ରାଉତରାୟ, ସମିତି ସଭ୍ୟ ଲଲାଟ କେଶରୀ ଜେନା ସମେତ ସମସ୍ତ ବ୍ଲକ ଷ୍ଟାଫ, ମିଶନ ଶକ୍ତି ମହାସଂଘର ସଭାପତି, ସମ୍ପାଦିକା, ସଦସ୍ୟା, ଅନଙ୍ଗ ସେନ ତାଡ଼, ସୁଦୀପ୍ତ ନାୟକ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଡେଲାଙ୍ଗ ଥାନାରେ ଆଇଆଇସି ଅନିଲ କୁମାର ମହାନ୍ତି ଜାତୀୟ ପତକା ଉତୋଳନ କରିଥିଲେ । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଧିକାରୀ ଡାକ୍ତର ସନ୍ତୋଷ ତ୍ରିପାଠୀ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ନିବେଦିତା ପରିଡା, ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଏବିଇଓ ଯୁଧିଷ୍ଟିର ପରିଡା ଜାତୀୟ ପତକା ଉତ୍ତୋଳନ କରିଥିଲେ । ଡେଲାଙ୍ଗ ହାଟ ଫାଣ୍ଡି କାର୍ଯ୍ୟାଳୟରେ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିସହିତ ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଡେଲାଙ୍ଗ କୋଠାବାଡ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଦୀପକ କୁମାର ସାହୁଙ୍କ ନେତୃତ୍ୱରେ ସାଧାରଣତନ୍ତ୍ର ଦିବସ ଓ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ସାଉରିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ସାଧାରଣତନ୍ତ୍ର ଦିବସ ଉତ୍ସବରେ ସ୍ଥାନୀୟ ସରପଞ୍ଚ ପ୍ରଭାତୀ ବେହେରା, ସମିତି ସଭ୍ୟା ଅର୍ଣ୍ଣପୂର୍ଣ୍ଣା ରଣଜିତ, ଜିଆର୍‌ଏସ୍‌ ଜ୍ୟୋତିରଞ୍ଜନ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଲୋକ ସାହୁ, ସମସ୍ତ ୱାର୍ଡ ସଭ୍ୟସଭ୍ୟା ସହ ସମାଜସେବୀ ଯୁଧିଷ୍ଟିର ମାର୍ଥା, ୟାହିଦି ଖାଁ, ମହନ୍ତ ମଙ୍ଗରାଜ, ଗୀତାରାଣୀ ରଣଜିତ, ବିରଞ୍ଚି ମଣ୍ଡଳ, ସୁନୀଲ ମିଶ୍ର, କବି ମହାପାତ୍ର ସହ ଘୋରାଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । ସେହିପରି ଘନିପୁର ପଞ୍ଚାୟତରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରତିମା ପାତ୍ର, ସମିତିସଭ୍ୟା ରାଜଲକ୍ଷ୍ମୀ ବେହେରା, ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଜିଆର୍‌ଏସ୍‌, ନିର୍ବାହୀ ଅଧିକାରୀ ସମେତ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ସେହିପରି ରାଧାମୋହନ ଦେବ ବ୍ୟବସାୟୀ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଘୋରାଡ଼ିଆ ବଜାର ପରିସରରେ ପାଳିତ ହୋଇଯାଇଛି । ଏଥିରେ ବଜାରର ସମସ୍ତ ବ୍ୟବସାୟୀ ବୃନ୍ଦ ସହ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ଛାତ୍ରଛାତ୍ରୀ ଓ ଶିକ୍ଷକ ଉପସ୍ଥିତ ଥିଲେ । ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତିସଭ୍ୟ ଅଜୟ ରାଉତରାୟ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତୋଳନ କରିଥିଲେ । ମୋଟର ଚାଳକ ସଂଘ ପକ୍ଷରୁ ଡାକ୍ତର କ୍ଷେତ୍ରବାସୀ ପ୍ରଧାନ ଜାତୀୟ ପତକା ଉତ୍ତୋଳନ କରିଥିଲେ । ବିଭିନ୍ନ ପଞ୍ଚାୟତ, ସ୍କୁଲ, କଲେଜ, ଶିଶୁ ମନ୍ଦିର, ଅଙ୍ଗନବାଡି କେନ୍ଦ୍ର, ଶିକ୍ଷାନୁଷ୍ଠାନ ସମେତ କ୍ଲବ ମହିଳା ସମିତି ପକ୍ଷରୁ ସାଧାରଣତନ୍ତ୍ର ଦିବସ ଉତ୍ସାହ ଉଦ୍ଧୀପନାର ସହ ପାଳିତ ହୋଇଯାଇଛି ।

pc pk
Leave A Reply

Your email address will not be published.