କଣ୍ଟାବାଞ୍ଜିରେ ଶତାଧିକ ସ୍ଥାନରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ କାର୍ଯ୍ୟାଳୟରେ ଧୁମ୍‌ଧାମ୍‌ରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏପରିକି କେନ୍ଦ୍ର ସରକାରଙ୍କ ରେଲବାଇ, ପୋଷ୍ଟ ଅଫିସ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟରେ ମଧ୍ୟ ବିଭାଗୀୟ ମୁଖ୍ୟ ଅଧିକାରୀମାନଙ୍କ ଦ୍ୱାରା ଜାତୀୟ ପତକା ଉତ୍ତୋଳନ କରି ପାଳନ କରାଯାଇଛି । ସ୍ଥାନୀୟ କେ.ଭି. ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ମହିଳା ଡିଗ୍ରୀ କଲେଜ ଓ ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ସେହିପରି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ, ସିଭିଲ କୋର୍ଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକ, କଂଗ୍ରେସ କାର୍ଯ୍ୟାଳୟରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ଅୟୁବ ଖାନ, ଏ.ଡି.ଇନ.କାର୍ଯ୍ୟାଳୟରେ ଏ.ଡି.ଇନ.ପି.ପି.ଗୌରି ନାଇଡୁ, ଏନ୍‌.ଏ.ସି.ରେ ଚ୍ୟାରମେନ୍‌ ବରିୟାମ ସିଂ ସାଲୁଜା, ସରକାରୀ ଡାକ୍ତରଖାନାରେ ବିଧାୟକ ସାଲୁଜାଙ୍କ ସହ ବିଭିନ୍ନ କାର୍ଯ୍ୟାଳୟରେ ବିଭାଗୀୟ ମୁଖ୍ୟ ଅଧିକାରୀ ଜାତୀୟ ପତକା ଉତ୍ତୋଳନ କରି ଦେଶ ଉଦ୍ଦେଶ୍ୟରେ ନିଜର ମତ ରଖିଥିଲେ । ଚଳିତ ଏନ୍‌ଏସିସ୍ତରୀୟ ସାଧାରଣ ଜାତୀୟ ପତକା ଉତ୍ତୋଳନରେ ସ୍ଥାନୀୟ ସାମ୍ବାଦିକ, ଖବରଦାତା ମାନଙ୍କୁ ଉପେକ୍ଷା ସହ କୌଣସି ନିମନ୍ତ୍ରଣ କିମ୍ବା ସୂଚନା ଦିଆଯାଇ ନଥିବାରୁ ସାମ୍ବାଦିକ ସଂଘ ଏବଂ ପ୍ରେସ କ୍ଲବର ସଦସ୍ୟମାନେ ରେଲୱେ ଫୁଟବଲ ଗ୍ରାଉଣ୍ଡରେ ହୋଇଥିବା ଏନ.ଏ.ସି.ସ୍ତରୀୟ ଜାତୀୟ ପତକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେଇ ନଥିଲେ । ସ୍ଥାନୀୟ ଏନ୍‌ଏସି ନିର୍ବାହୀ ଅଧିକାରୀ ସହରର ସାମ୍ବାଦିକମାନଙ୍କୁ ଏନ୍‌ଏସିର ସରକାରୀ କାର୍ଯ୍ୟକ୍ରମରେ ସୂଚନା ଦେଉ ନଥିବା ବେଳେ ସାମ୍ବାଦିକମାନଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରୁ ନଥିବାରୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରୁଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.