centurian jitm

ରାୟଗଡାର ଗଣପର୍ବ ଚଇତି ପାଇଁ ତେଜଶ୍ରୀ ଓ ସୁପ୍ରିତଙ୍କ କଣ୍ଠରେ ତିଆରି ଗୀତର ଲକୋପ୍ରିୟ ବଢୁଛି

କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡ଼ ଜି.ସି.ଡି ଖେଳ ପଡିଆ ଠାରେ ହେବାକୁ ଥିବା ରାୟଗଡ଼ ଜିଲ୍ଳାର ଲୋକ ମହୋତ୍ସବ ଚଇତି ୨୦୨୪ ମହା ଆଡ଼ମ୍ବରରେ ପାଳନ କରାଯିବ । ଡ଼ିସେମ୍ବର ୨୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ ହେବ ଏହି ଲୋକ ମହୋତ୍ସବ । ଏଥି ନିମନ୍ତେ ଉତ୍ସବ୍ ମୁଖର ହୋଇ ଉଠିଛି ରାୟଗଡ଼ ଜିଲ୍ଲା । ଡ଼ାକବାଜି ଯନ୍ତ୍ର ଦ୍ୱାରା ଚଇତି ପ୍ରଚାର ରଥରେ ପ୍ରଚାର ପ୍ରସାର କରାଯାଉଛି । ଏହି ପ୍ରଚାର ପ୍ରସାରକୁ ଅଧିକ ଆକର୍ଷଣ କରିବା ନିମନ୍ତେ ରାୟଗଡ଼ ସହରର କୁନି କଳାକାର ଇ.ତେଜଶ୍ରୀ ଏବଂ ସୁପ୍ରିତଙ୍କ ସୁମଧୁର କଣ୍ଠରେ ତିଆରି ହୋଇଛି “ଦେଖ ଗଡିଲା ଚଇତି ରଥ” ଦେଖ ବୁଲିଲା ଚଇତି ରଥ” ଗୀତଟି ବର୍ତ୍ତମାନ୍ ସମସ୍ତଙ୍କର ପ୍ରିୟ ହୋଇଯାଇଛି । ମୋବାଇଲ୍, ଫେସ୍ ବୁକ୍, ଇନ୍‌ଷ୍ଟାଗ୍ରାମ ଓ ୱାଟ୍‌ସପ୍‌ରେ ଘୁରି ବୁଲୁଛି ଏହି ଗୀତ । ଚଳିତ ବର୍ଷ ଏହିଭଳି ଗୀତକୁ ଲୋକେ ଅଧିକ ମାତ୍ରାରେ ପସନ୍ଦ କରିଛନ୍ତି । ସମସ୍ତ ବ୍ଲକ୍ ଗୁଡ଼ିକରେ ପ୍ରଚାର ରଥ ସାହି, ଗୋଳି କନ୍ଦି ଏବଂ ଗାଁ ଗାଁ ବୁଲୁଥିବା ବେଳେ, ଲୋକେ କିଛି ସମୟ ଅଟକାଇ ଚଇତି ରଥରେ ବାଜୁଥିବା ଏହି ଗୀତକୁ ରେକୋଡିଙ୍ଗ କରି ଖୁସିରେ ନାଚୁଥିବା ଦେଖିବାକୁ ମିଳୁଛି । ଚଳିତ ମାସ ୮ ତାରିଖରେ ଅକ୍ଷର ବ୍ରହ୍ମ ମନ୍ଦିରରୁ ଶୁଭ କଳସ ଧରି ଜିଲ୍ଲା ଚଇତି ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଚଇତି ମହୋତ୍ସବ୨୦୨୪ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାୟଗଡ଼ର କଳା ସଂସ୍କୃତି ଓ ପରମ୍ପରାକୂ ଉଜ୍ଜୀବିତ କରିଥାଏ ଚଇତି ମହୋତ୍ସବ ।

Leave A Reply

Your email address will not be published.