ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ଚାଲିଥିବା ଗଣଧାରଣାର ସମର୍ଥନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ଗତ ଦୁଇ ଦିନ ଧରି ଚାଲିଥିବା ମିଶନ ଶକ୍ତିର ଜିପିଏଲ୍‌ଏଫ୍‌ ମହିଳା ମାନେ ୧୦ ଦଫା ଦାବୀ ନେଇ ଆନ୍ଦୋଳନରେ ସମର୍ଥନ ଜଣାଇଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରପଞ୍ଚ ତଥା ରାଜ୍ୟ ବିଜେଡି ଯୁବ ସମ୍ପଦକ ଅଜିତ କୁମାର ଯୋଶୀ । ମହିଳା ମାନଙ୍କୁ ୯ ମାସର ଦରମା ନମିଳିବାରୁ ଧାରଣାରେ ଥିବା ଜାଣି ଶ୍ରୀ ଯୋଶୀ ସମର୍ଥନ କରି ମୋହନ ସରକାରଙ୍କ ଉପରେ ବର୍ଷିଥିଲେ । ଏହି ଆନ୍ଦୋଳନରେ ହଜାର ହଜାର ମହିଳା ମାନେ ବିଭିନ୍ନ ଜିଲ୍ଲାରୁ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.