oom

୧୨ ଦଫା ଦାବୀ ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମ୍‌ ଆଦମୀ ପାର୍ଟି ତରଫରୁ ଗଣଧାରଣା

jsmm

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏନ୍ଏସିରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ୧୨ ଦଫା ଦାବୀ ନେଇ ଗତକାଲି ବୁଧବାର ଦିନ ଆମ୍‌ ଆଦମୀ ପାର୍ଟି ତରଫରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ଘେରାଉ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଆବାହକ ସୁରଥ ବେହେରାଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ସହରର ଜନସାଧାରଣ ଓ ଆପ୍‌ର ନେତାମାନଙ୍କ ଉପସ୍ଥିତରେ ଘେରାଉ କରିଥିଲେ । ଦାବୀଗୁଡ଼ିକ ମଧ୍ୟରେ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆଠାରେ ଇଣ୍ଡୋର ଷ୍ଟାଡିୟମ ତିଆରି ହୋଇଥିବାରୁ ଛାତ୍ରଛାତ୍ରୀମାନେ ଖେଳ ଖେଳିବାକୁ ଅସୁବିଧା ହେଉଛି । ପମ୍ପୂ ତଲାବରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ଏହାର ତଦନ୍ତ ସହ ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଦାବୀ କରିଛନ୍ତି । ସହରରେ ପିଇବା ପାଣିର ଅଭାବ ଅନାଟନ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ତାର ସମାଧାନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ଓ ଲୋକଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରି ବିସ୍ଥାପିତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଦାବୀ କରିଛନ୍ତି, ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦେବା ନିମନ୍ତେ ଦାବୀ ଜଣାଇବା ସହ ହସ୍ପିଟାଲରେ ଡ଼ାକ୍ତରମାନେ ନିୟମିତ ରୋଗୀ ଦେଖୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । କେବଳ ସରକାରୀ ଡ଼ାକ୍ତରଖାନା ଆଉଟ ଡ଼ୋର୍‌ରେ ନିୟମିତ ଭାବେ ବସୁଥିବା ଡାକ୍ତର ନିଯୁକ୍ତି ନିମନ୍ତେ, ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମମାନଙ୍କୁ ୨୫୦୦ ଟଙ୍କା ଭତ୍ତା ଯୋଗାଇ ଦେବା ନିମନ୍ତେ, ଓ ନୂଆ ରାସନ କାର୍ଡ଼ରୁ ଯେଉଁମାନେ ବାଦ୍‌ ପଡିଛନ୍ତି ସେମାନଙ୍କୁ ଯୋଡିବା ଓ ମୁଣ୍ଡ ପିଛା ୧୦ କିଲୋ ଚାଉଳ ଦିଆଯାଉ ଏମିତି ୧୨ ଦଫା ଦାବୀ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କରି ଧାରଣା ଦେଇଥିଲେ ଆମ୍‌ ଆଦମୀ ପାର୍ଟିର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ମହିଳାମାନେ ମଧ୍ୟ ଯୋଗ ଦେଇଥିଲେ । କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରାଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ତହସିଲଦାର ଅମୃତ ଲାଲ ବେହେରା ଜିଲ୍ଲାପାଳଙ୍କୁ ଦାବୀ ପଠାଇ ଦେବି ବୋଲି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.