କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଗଣଧାରଣା ଦିଆଯଇଥିବା ବେଳେ କୋସଲି କବି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ଅନ୍ୟ ବରିଷ୍ଠ ବୁଦ୍ଧିଜୀବୀମାନେ ଧାରଣା ଦେଇ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦାବୀ କରିଥିଲେ । କୋସଲୀ ସାହିତ୍ୟିକମାନେ ଓଡିଶା ସରକାରଙ୍କ କୋସଲି ବିରୋଧୀ ନୀତିକୁ ସମାଲୋଚନା କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଗଣଧାରଣାରେ କରାଯାଇଥିବା ମୁଖ୍ୟ ଦାବୀଗୁଡ଼ିକ ହେଲା କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦିଆଯାଉ, କୋସଲି ଭାଷାରେ ପ୍ରାଥମିକ ଶିକ୍ଷା ଦିଆଯାଉ, କୋସଲି ଭାଷାକୁ ଓଡିଶାର ଦ୍ଵିତୀୟ ସରକାରୀ ଭାଷା କରାଯାଉ, ପଶ୍ଚିମ ଓଡିଶାରେ କୋସଲ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଉ ।

Leave A Reply

Your email address will not be published.