ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗଣ ଦୌଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ କ୍ରୀଡ଼ା ଦିବସ ଅବସରରେ ସ୍ଥାନୀୟ ସୁପ୍ରିମ ଟାସ୍କ କଲେଜ୍‌ ଅଫ୍‌ ନର୍ସିଂ ପକ୍ଷରୁ ଆୟୋଜିତ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୬ଟା ୩୦ ମିନିଟ୍‌ ସମୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆରୁ ବାହାରି ଗାନ୍ଧୀ ଷ୍ଟାଡ଼ିଅମ୍‌ ଯାଏଁ ଏହି ଗଣ ଦୌଡ଼ ପହଂଚିଥିଲା । ଏଥିରେ ସହରର ବୁଦ୍ଧିଜୀବୀ ତଥା ଜନସାଧାରଣ ସାମିଲ୍‌ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.