oom

ପୁଇଁନ୍ତଲା ବ୍ଲକ କଂଗ୍ରେସ ପକ୍ଷରୁ ଗଣ ବିକ୍ଷୋଭ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟି ଡାକରାରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରଦାମ ବୃଦ୍ଧି ବନ୍ଦ କରିବା ଏବଂ ସାର, ବିହନ ରିହାତି ଦରରେ ଯୋଗାଇ ଦେବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ଦାବୀରେ ପୁଇଁନ୍ତଲା ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ମୁଖ୍ୟ ଅତିଥି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା, ଉପସଭାପତି ମନୀଷ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ବିଧାୟକ ପ୍ରତିନିଧି ଓମ୍‌ ପ୍ରକାଶ କୁମ୍ଭାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ଫଜଲୁଦ୍ଦିନ ଖାନ, ବରିଷ୍ଠ କଂଗ୍ରେସ ନେତା ସତ୍ୟାନନ୍ଦ ସୁନା, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ନାରୀ ନେତ୍ରୀ ରଂଜିତା ପଟେଲ, ଛାତ୍ର ନେତା ଅଙ୍କିତ ସାହୁ, ଟୁଲୁ ସେନ, ବିଦୁ ବିଶି, ବଳଦେବ ସେଠ, ପ୍ରେମ ମହାକୁର, ଅଚ୍ୟୁତ କଲତା, ସତ୍ୟ ନାଗ ପ୍ରମୁଖ ବିଷୋଦଗାର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ଦାଶ, ବଜରଂଗ ଅମାତ, ଜଗଦିଶ ରଣା, ନିର୍ମଦ ରଣା, ଫକିର କଲତା, ଲଳିତ ପଟେଲ ବସୁଦେବ ନାଏକ, ଟଙ୍କଧର ନାଏକ, ବ୍ରଜ କିଶୋର ମେର୍ଲି, ଜ୍ଞାନ ଷଡଙ୍ଗି, ଲୋକନାଥ ସାଏଙ୍କ ସମେତ ଶତାଧିକ କର୍ମୀ ଓ ମହିଳା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.