ଲୋଇସିଂହା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗାଁ ଭିତରେ ବୁଲୁଛନ୍ତି ଏବେ ହାତୀ । ଏବେ ଏବେ ନିଆଯାଇଥିବା ଭିଡ଼ିଓରେ ଏହା ସ୍ପଟ ଦୃଶ୍ୟମାନ । ପାଖାପାଖି ୧୫ ରୁ ୨୦ଟି ହାତୀ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରିରେ ପଶି ସମସ୍ତ ଧାନ ଖାଇ ମାଡି ନଷ୍ଟ କରିଥିବା ବେଳେ ଆଜି ପୂର୍ବାହ୍ନରେ ଏ ସଂପର୍କରେ ଆମେ ଖବର ପରିବେଷଣ କରିଥିଲୁ । ତେବେ ଗ୍ରାମବାସୀ ଗତ ରାତି ସାରା ହାତୀମାନଙ୍କୁ ନିଆଁ, ବାଦ୍ୟ ଯନ୍ତ୍ର ସାହାଯ୍ୟରେ ଘଉଡାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । କିଂତୁ ଦୁଃଖର ବିଷୟ ଯେ, ଗାଁ ଭିତରେ ଆଜି ପୁଣି ହାତୀ ପଲ ବୁଲୁଥିବା ଖବର ଆସୁଛି ।
Prev Post