ଦଶମନ୍ତପୁର ବ୍ଲକରେ ଡାଇରିଆ ସ୍ଥିତି ଗମ୍ଭୀର

ଦଶମନ୍ତପୁର : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଏବେ ଡାଇରିଆ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରୋଗୀ ଅଧିକ ଗୁରୁତର ନହେଲେ ମଧ୍ୟ ଛଅଟି ପଞ୍ଚାୟତକୁ ବ୍ୟାପୀ ଲୋକଙ୍କୁ ଆତଙ୍କିତ କରୁଛି ଡାଇରିଆ । ସ୍ବାସ୍ଥ୍ୟକେନ୍ଦ୍ରର ସୂଚନା ଅନୁସାରେ ସର୍ବମୋଟ ୫୪ ଜଣ ରୋଗୀ ତାଲିକାରେ ଅଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇ ଘରକୁ ଯାଇ ଥିବା ବେଳେ ଏବେ ବିଭିନ୍ନ ପଞ୍ଚାୟତର ମୋଟ ୧୨ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା କୁହାଯାଇଛି । ଏବେ ଡୁମ୍ବାଗୁଡା, ଗିର୍ଲିଗୁମା, ଚିକାମ୍ବ, ଦଶମନ୍ତପୁର, ଲୁଲା, ମୁର୍କାର ପଞ୍ଚାୟତରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆସିଥିବା ଜଣାପଡ଼ିଛି । ସେମାନେ ହେଲେ ଗଜେନ୍ଦ୍ର ଜାନୀ, ଚନ୍ଦ୍ର ଶେଖର ଜାନୀ, ବିମଳା ଜାନୀ, ଦାଶ ମେଲେକା, ସାଇବେନ୍ ଜାନୀ, ପିଙ୍କି କମାର ପ୍ରମୁଖ । ଏ ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡକ୍ଟର ଶ୍ରୀରାମ ପରିଡ଼ା ପ୍ରକାଶ କରିଛନ୍ତି । ପୁଣି କହିଛନ୍ତି ଯେ ଯେଉଁ ଯେଉଁ ପଞ୍ଚାୟତରେ ଝାଡ଼ାବାନ୍ତି ହେଉଛି, ସେହି ଗାଁମାନଙ୍କରେ ଡ଼ାକ୍ତରୀ ଟିମ୍ ପଠାଇ ଲୋକଙ୍କୁ ସଚେତନତା କରାଯାଉଛି । କୈଣସି ଅସୁବିଧା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.