shyamal

ଗଜେନ୍ଦ୍ର ଭମର ଆଉ ନାହାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଜେନ୍ଦ୍ର ତ୍ରିଭୁବନ ଦାସ ଭମର ଆଉ ନାହାନ୍ତି । ଶନିବାର ଅପରାହ୍ନ ୩.୩୦ରେ ନିଜ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଆଜି ଅପରାହ୍ନରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି । ଶେଷ ସମୟରେ ସ୍ତ୍ରୀ ଅମିତା, ଦୁଇ ପୁଅ ଦର୍ଶନ ଓ ଅକ୍ଷୟ ଉପସ୍ଥିତ ଥିଲେ । ଶ୍ରୀ ଭମର ଗୁଜୁରାତି ସମାଜ ଓ ନାଗରିକ କମିଟିରେ ଦୀର୍ଘ ସମୟ ଧରି କ୍ରୀୟାଶୀଳ ଥିବା ବେଳେ କମିଟିର ପୂର୍ବତନ ସଭାପତି ବେଲାର ସିଂ ଭୋଇ, ପୂର୍ବତନ ସଂପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ସଭ୍ୟ ଗୋପଭୁଷଣ ନାଥଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି । ରବିବାର ସାକଳୁ ବିଭୂତିପଡା ଶ୍ମଶାନରେ ତାଙ୍କ ଅନ୍ତ୍ୟେଷ୍ଠି କ୍ରିୟା ହେବ ବୋଲି ସୂଚନା ମିଳିଛି ।

purusottam
Leave A Reply

Your email address will not be published.