ଅସୁରକ୍ଷିତ ଗଜରାଜ : ପଡିଛି ଏକ ଛୁଆ ହାତୀର ମୃତଦେହ, ଜଗି ରହିଛି ମା’ ହାତୀ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଫରେଷ୍ଟ ରେଞ୍ଜ କୁସୁମୁଡିହି ଗାଁ ନିକଟରେ ପଡିଛି ଏକ ଛୁଆ ହାତୀର ମୃତଦେହ । ମୃତ ହାତୀର ବୟସ ୩ରୁ ୪ ବର୍ଷ ହେବ ବୋଲି ଜଣାପଡିଛି । ମା’ ହାତୀଟି ମୃତଦେହ ନିକଟରେ ଜଗି ରହିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଏହି ହାତୀ ଛୁଆ ଅସୁସ୍ଥ ଥିଲା । ବନ ବିଭାଗ ଚିକିତ୍ସା କରି ହାତୀ ଛୁଆକୁ ଛାଡିଦେଇଥିଲା । ହେଲେ ଚିକିତ୍ସା ପରେ ବନ ବିଭାଗ ହାତୀ ଛୁଆର ସ୍ୱାସ୍ଥ୍ୟକୁ ନେଇ କିଛି ତଥ୍ୟ ରଖି ନଥିଲା । ଯାହାଫଳରେ ଆଜି ହାତୀ ଛୁଆଟିର ମୃତ୍ୟୁ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଯଦି ବନ ବିଭାଗ ଠିକ୍‌ ଭାବେ ଚିକିତ୍ସା କରିଥାନ୍ତା ତେବେ ଛୁଆ ହାତୀଟି ବଞ୍ଚିଯାଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅପର ପକ୍ଷରେ ହାତୀ ମୃତ୍ୟୁକୁ ନେଇ ମୁହଁ ଖୋଲିନାହିଁ ବନ ବିଭାଗ ।

Leave A Reply

Your email address will not be published.