centurian jitm

ତୃତୀୟ ସଂଜୀବନୀ ପାଣିଗାହୀ ମେମୋରିଆଲ ଏବଂ ତ୍ରୋୟଦଶ ଗଜାନନ କ୍ରିକେଟ କପ ଉଦ୍‌ଘାଟିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ପଂଚାୟତ ଡୁଙ୍ଗୁରିପାଲି ଠାରେ ତୃତୀୟ ସଂଜୀବନୀ ପାଣିଗ୍ରାହୀ ମେମୋରିଆଲ ଏବଂ ତ୍ରୋୟଦଶ ଗଜାନନ କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ରାଧାମାଧବ ପାଣିଗ୍ରାହୀ ଓ ରାଧାରମଣ ପାଣିଗ୍ରାହୀ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଗ୍ରାମାଞ୍ଚଳର କୋଡିଏ ଗୋଟି ଦଳ ଅଂଶ ଗ୍ରହଣ କରିବେ । ଚଳିତ ବର୍ଷ ବିଜେତା ଦଳଙ୍କୁ ୧୩୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ଉପବିଜେତା ଦଳଙ୍କୁ ୮୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ଆଜିର ମ୍ୟାଚ ଗୁଡିକୁ ସଫେଦ ଛତର ଓ ସୁନିଲ ବାଗ ପରିଚାଲନା କରିଥିବା ବେଳେ ସୁଦାମ ଛତର ଧାରାବିବରଣୀ ପ୍ରଦାନ କରିଥିଲେ । ଓ ଆକାଶ ଛତର ସ୍କୋରର ଦାୟିତ୍ୱ ତୁଲାଇଥିଲେ । ସୁନିଲ ବାଗ, ଅନିଲ ମହାନନ୍ଦ, ନିରୋଜ ମହାନନ୍ଦ ଓ ଚକାଡୋଲା ଶ୍ରୀଚୁଆଁ ପରିଚାଲନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.