jayashree

ଛତ୍ରପୁର ଲକ୍ଷ୍ମୀବଜାର ପୂଜାମଣ୍ଡପ ମନ୍ତ୍ରଧ୍ୱନିରେ ପ୍ରକମ୍ଫିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସଷ୍ଟାଣ୍ଡ ନିକଟସ୍ଥ ଲକ୍ଷ୍ମୀବଜାର ପୂଜାମଣ୍ଡପରେ ଚିତାକର୍ଷକ ମୃଣ୍ମୟୀ ଗଜଲକ୍ଷ୍ମୀ ମେଢ଼ରେ ପୂଜା ପାଉଛନ୍ତି । ଦୈନିକ ପ୍ରଭାତରୁ ମଧ୍ୟାହ୍ନ ଏବଂ ଅପରାହ୍ନରୁ ରାତ୍ରୀ ୧୧ଘଣ୍ଟା ପର୍ଯ୍ୟନ୍ତ ଅସ୍ଥାୟୀ ପୂଜାମଣ୍ଡପରେ ମୃଣ୍ମୟୀ ଦେବୀ ମା’ ଗଜଲକ୍ଷ୍ମୀଙ୍କ ଷୋଡଶ ପୂଜାର୍ଚ୍ଚନା ଚାଲିଛି । ଯଜ୍ଞାନୁଷ୍ଠାନ ଓ ଷୋଡଶ ଉପଚାରରେ ପ୍ରଚଳିତ ବେଦମନ୍ତ୍ର ଧ୍ୱନିରେ ସ୍ଥାନଟି ପ୍ରକମ୍ଫିତ ହୋଇଉଠିଛି । ଗଜଲକ୍ଷ୍ମୀ ପୂଜା ସମ୍ଭାର ଉକ୍ତ ଅଞ୍ଚଳକୁ ଭକ୍ତିଭାବାପନ୍ନରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଛି । ଦୀର୍ଘ ୨୩ବର୍ଷ ଧରି ଗଜଲକ୍ଷ୍ମୀପୂଜା ପାର୍ବଣ ଲକ୍ଷ୍ମୀବଜାର ପୂଜାକମିଟୀ ଆନୁକୂଲ୍ୟରେ ଏଠାରେ ସମାହିତ ହୋଇଆସୁଅଛି । ଦୈନିକ ବିଳମ୍ବିତ ରାତ୍ରିରେ ଠାକୁରଙ୍କ ନିକଟରେ ଅନ୍ନ ଭୋଗ ଲାଗି ଥାଏ । ସ୍ୱାଦିଷ୍ଟ ଅନ୍ନ ପ୍ରସାଦରେ ଭକ୍ତମାନେ ଆପ୍ୟାୟିତ ହୋଇ ଆନନ୍ଦ ଅନୁଭବ କରି ଘରକୁ ଫେରିଥାନ୍ତି । ଏହି ପୂଜା ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ପାର୍ବଣ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.