ଗଇଁତଲାରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ : ନୀହାରଙ୍କ ପ୍ରାର୍ଥୀତ୍ୱ ଉପରେ ଦଳୀୟ କର୍ମୀଙ୍କ ମୋହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁତଲା ବ୍ଲକର ଗଇଁତଲା ଖେଳ ପଡିଆରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୁଇଁତଲା ବ୍ଲକ ବିଜେଡି ସଭାପତି ବିଷ୍ଣୁ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟଅତିଥି ଭାବରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ତଥା ଯୁବ ସଂଗଠକ ନୀହାର ରଂଜନ ବେହେରା, ସମ୍ମାନିତ ଅତିଥି ଭାବରେ ବିଜେଡିର ବରିଷ୍ଠନେତା ସୁରେଶ ନାଏକ, ପାଣ୍ଡବ କୁମ୍ଭାର, ବିଜୟ ଦାସ, ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଆଗଲପୁର ବ୍ଲକ ସଭାପତି ପଞ୍ଚୁଦେବ ପଧାନ, ଲୋଇସିଂହା ବ୍ଲକ ସଭାପତି ହୃଦାନନ୍ଦ ବେହେରା, ଶିକ୍ଷାବିଦ୍‌ ଦିଗାମ୍ବର ନାଏକ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ସଂଜୁକ୍ତା ବରିହା, ବୀଣାପାଣି ଦାସ, ସବିତା ସେଠ, କୁମରମଣୀ ସେଠ, ଲୋଇସିଂହା ମହିଳାନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ, ପୁଇଁତଲା ବ୍ଲକ ସଭାନେତ୍ରୀ ଜନନୀ ମହାଲିଙ୍ଗ, ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନୀରୂପମା ପଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଦୀର୍ଘ ୨୭ବର୍ଷ ଧରି ବିଜେଡି ଦଳ ରାଜ୍ୟବାସୀଙ୍କ ବିଶ୍ୱାସ ଭାଜନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ବିକାଶ ହେଉଥିବା ବକ୍ତାଗଣ କହିବା ସହ ଆସନ୍ତା ୨୦୨୪ ନିର୍ବାଚନରେ ଲୋଇସିଂହା ନିର୍ବାଚନ ମଣ୍ଡଳିରେ ଯୁବ ସଂଗଠକ ନୀହାର ବେହେରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ କରାଯାଇଥିଲା । ନୀହାର ବେହେରାଙ୍କ ନେତୃତ୍ୱରେ ହିଁ ଲୋଇସିଂହାରେ ବିଜେଡି ଦଳ ଏକ ହୋଇ ବିକାଶ କାମକୁ ଆଗେଇ ନେଇ ପାରିବ ବୋଲି ନେତାଗଣ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଲୋଇସିଂହା, ଆଗଲପୁର ଓ ପୁଇଁତଲା ବ୍ଲକର ବହୁସଂଖ୍ୟାରେ ନେତାଗଣ ଓ କର୍ମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.