ls

ଅଜଣା ରୋଗରେ ୧୦ରୁ ଅଧିକ ଗାଈ ଗୋରୁ ମୃତ

sb

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଝାଙ୍କରପାଲି ଗ୍ରାମରେ ବର୍ତ୍ତମାନ ଗୋ-ପାଳନ କରୁଥିବା ଚାଷୀମାନଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡୁଛି । ଗତ ଦୁଇ ଦିନ ମଧ୍ୟରେ ଗ୍ରାମରେ ଗୋ-ପାଳନ କରୁଥିବା ଚାଷୀମାନଙ୍କ ଗାଇ, ବାଛୁରୀ, ଛଡା, ବଳଦ ମିଶି ୧୦ରୁ ଅଧିକଙ୍କ ଅଜଣା ରୋଗରେ ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କୌଣସି କାରଣ ଜଣା ପଡୁନାହିଁ । ବିଭାଗୀୟ ଜିଲ୍ଲା ଗୋ-ସଂପଦ ବିଭାଗ ଅଧିକାରୀ କିମ୍ବା ସ୍ଥାନୀୟ ପଶୁଚିକିତ୍ସା କେନ୍ଦ୍ର ଅଧିକାରୀ ଦେଖିବାକୁ ମଧ୍ୟ ଆସୁନଥିବା ଅଭିଯୋଗ ହେଉଛି । ଯଦି ଯଥାଶୀଘ୍ର ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନ ନେଲେ ବର୍ତମାନର ଏହି ମହାମାରୀ ସମୟରେ ଚାଷୀମାନେ ଅନେକ କ୍ଷତି ସହିବେ । ତୁରନ୍ତ ପଦକ୍ଷେପ ପାଇଁ ସାଧାରଣରେ ଦାବୀ ହେଉଛି ।

pc pk
Leave A Reply

Your email address will not be published.