
ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ ଭିମଦାସପୁର ପଞ୍ଚାୟତ ପଟୁଆହାଟଠାରେ କିଛି ସ୍ଥାନୀୟ ଯୁବକ ଏକ ଗୋରୁ ବୋଝେଇ ଗାଡି ଅଟକ ରଖିଛନ୍ତି । ଦୁଇଟି ଗୋମାତାଙ୍କୁ ଗୋଟେ ଡାଲା ଅଟୋରେ ଯାଉଥିବା ଗାଡିକୁ ଅଟକାଇବାରେ ସଫଳ ହୋଇଥିଲେ ସ୍ଥାନୀୟ ଯୁବକ । ଏହା ସହିତ ଗୋରୁ ଦଲାଲଙ୍କ ଏକ ପଲସର ଗାଡିକୁ ପୋଡି ନଷ୍ଟ କରି ଦେଇଛନ୍ତି । ଘଟଣାସ୍ଥଳରେ ଜପକୁଦ ଫାଣ୍ଡି, ସାଲେପୁର ପୋଲିସ ଏବଂ ସାଲେପୁର ଭିଏସ ପହଞ୍ଚି ଗାଈ ଦୁଇଟିଙ୍କୁ ଉଦ୍ଧାର କରିଥିଲେ । ସାଲେପୁର ଭିଏସ ଗାଈ ଦୁଇଟିଙ୍କର ଚିକିତ୍ସା କରି ଭିମଦାସପୁର ଓମଫେଡ ମାଲିକ ମହେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଛାଡିଥିଲେ । ଗାଈ ଗାଡିଟି କାହାର ଓ କିଏ ଗାଡି ପୋଡିଲେ ତାହା ଜଣାପଡିନାହିଁ । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।