ପୁଣି ବୁଲିଲା ବଲାଙ୍ଗିର ପୁଲିସର ବହୁଚର୍ଚ୍ଚିତ ଜେସିବି : ଶାସ୍ତ୍ରୀନଗରପଡାରେ ଭାଙ୍ଗିିଲା ଅପରାଧୀଙ୍କ ଗଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢୁଥିବା କ୍ରାଇମ୍‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିଲା । କଥା କଥାରେ ଗୁଳି ଫୁଟୁଥିଲା । ବିଚ୍‌ ରାସ୍ତାରେ ଖଣ୍ଡା ତରୱାଲରେ ହାଣୁଥିଲେ ଅପରାଧୀ । ଦିନ୍‌ଦାହାଡ଼ା ଚୋରୀ ଡ଼କାୟତି, ଗୁଣ୍ଡାଗର୍ଦିରେ ସହରବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ବଲାଙ୍ଗିର ପୁଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରି ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଜିରୋ ଟଲୋରେନ୍ସ ନୀତି ଆପଣେଇ ସହରରେ ଅପରାଧ ଭିଆଁଉଥିବା ଅପରାଧୀମାନଙ୍କ ଉପରେ ପ୍ରଚଣ୍ଡ ଚାବୁକ୍‌ ଲଗାଇଲା । ପୁଲିସ୍‌ର କ୍ରିମିନାଲ୍‌ କ୍ଲିନ୍‌ ଅଭିଯାନ ଏବେ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛି । ସରକାରୀ ଜାଗରେ ଥିବା ବେଆଇନ ଅପରାଧୀଙ୍କ ଗଡ଼କୁ ଗୋଟି ଗୋଟି କରି ଚିହ୍ନଟ କରି ଧ୍ୱଂସ କରିବା ଆରମ୍ଭ କଲା ପୁଲିସ । ଏହି କ୍ରମରେ ଆଜି ସହରର ଶାସ୍ତ୍ରୀନଗରପଡ଼ାର ଦୁଇ ବାପ ପୁଅ ମନବାହାଦୁର ମଟାରୀ ଓ ଶ୍ରୀକାନ୍ତ ମଟାରୀ ଗତ କିଛି ଦିନ ଭିତରେ ଘଟିଥିବା ଅପରାଧରେ ସଂପୃକ୍ତ ହୋଇ ଏବେ ଜେଲ୍‌ ହାଜତରେ ଥିବା ବେଳେ ଆଜି ତାଙ୍କ ଶାସ୍ତ୍ରୀନଗରପଡ଼ାର ଘରକୁ ଜେସିବି ଲଗାଇ ଧ୍ୱଂସ କରି ଦେଇଛି ବଲାଙ୍ଗିର ପୁଲିସ । ତେବେ ବଲାଙ୍ଗିର ପୁଲିସର ଏହି ପଦକ୍ଷେପକୁ ନେଇ ଏବେ ସାରା ଅପରାଧ ଜଗତ ତ୍ରାହି ତ୍ରାହି ଡ଼ାକୁଥିବା ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.