jayashree

ସିଏନ୍‌ସି ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ନିଆରା କାର୍ଯ୍ୟକ୍ରମ : ଗଛ ଲଗାଅ, ଗଛର ଯତ୍ନ ନେଇ ପୁରସ୍କାର ପାଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗଛ ଲଗାଇବା ସହ ଗଛର ଯତ୍ନ ନେବାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବା ପାଇଁ ସିଏନ୍‌ସି ପକ୍ଷରୁ ଘୋଷଣା କରାଯାଇଛି ପୁରସ୍କାର । ଘୋଷଣାରେ କୁହାଯାଇଛି ଯେ, ଗଛ ଲଗାଅ ଓ ଗଛର ଯତ୍ନ ନେଇ ୬ ମାସ ପରେ ୨ ହଜାର ଟଙ୍କା ପୁରସ୍କାର ପାଅ । ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ସାମିଲ୍‌ ହେବା ପାଇଁ କୋତୋଟି ନିୟମ ଅବଲମ୍ବନ କରିବାକୁ ହେବ । ନିୟମଗୁଡ଼ିକ ହେଲା – ପ୍ରଥମେ ଗଛ ଲଗାଇବା ପରେ ତାହାର ଫଟୋ ଇମେଲ୍‌ ମାଧ୍ୟମରେ ପଠାଇବାକୁ ହେବ । ଏହାପରେ ଗଛର ଉତ୍ତମ ଯତ୍ନ ନେବାକୁ ହେବ । ଗଛ ଲଗାଇବାର ୬ ମାସ ପରେ ବିଚାକରଙ୍କ ଦ୍ୱାରା ଗଛର ଯତ୍ନକୁ ନେଇ ବିଚାର ପରେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ପ୍ରତିଯୋଗୀଙ୍କୁ ୨ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତିଯୋଗୀମାନଙ୍କ ଗଛର ସମସ୍ତ ଫଟୋ ମହାବିଦ୍ୟାଳୟର ୱେବ୍‌ ସାଇଟ୍‌ରେ ପ୍ରକାଶ ପାଇବ । ଏଥିସହିତ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ । ପ୍ରତିଯୋଗୀମାନେ ସେମାନଙ୍କ ଗଛର ଫଟୋଚିତ୍ର ପଠାଇବାର ଇମେଲ୍‌ ଠିକଣା ହେଉଛି- [email protected] । ବିଭିନ୍ନ ସାମାଜିକ ସମୃଦ୍ଧି ତଥା ଜନ ସଚେତନତା କାର୍ଯ୍ୟକ୍ରମ ପ୍ରତି ନିଷ୍ଠାର ସହ ପଦକ୍ଷେପ ନେଇ ଆସୁଥିବା ସିଏନ୍‌ସି କଲେଜର ପରିବେଶ ସୁରକ୍ଷା ପାଇଁ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.