oom

ଗଛ ଡାଳ ପାଲଟିଛି ମରଣଯନ୍ତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦରମାକୁମାରୁ ପାଟଣାଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଆ.ଡି. ଅଫିସ୍‌ ସମ୍ମୁଖରେ କିଛି ଗଛ ରାସ୍ତା ଉପରକୁ ଢଳି ରହିଥିବା ବେଳେ ଗଛ ଗୁଡିକର ଡାଳ ଅତି ଅସୁରକ୍ଷିତ ଏବଂ ବିପଦପୁର୍ଣ୍ଣ ଅବସ୍ଥାରେ ରାସ୍ତା ଉପରକୁ ଝୁଲୁଥିବାରୁ ଯାନବାହନ ଯାତାୟତ ସମୟରେ ଏହା ବିପଦପୁର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି । ଏହି ରାସ୍ତା ଦେଇ ପ୍ରତିଦିନ ପରିବହନ ପାଇଁ ବହୁ ବଡ ଧରଣର ଯାତାୟତ ଯିବା ଆସିବା କରୁଥିବା ବେଳେ ଝୁଲି ରହିଥିବା ଗଛ ମାନଙ୍କ ଡାଳ ବାଜିବାରୁ ବଂଚିବା ପାଇଁ ରାସ୍ତାର ଭୁଲ ପାର୍ଶ୍ଵ ଦେଇ ଅତିକ୍ରମ କରୁଥିବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେବା ସହ ଅନେକ ଦୁର୍ଘଟଣା ଦେଖିବାକୁ ମିଳୁଛି । ପାଖରେ ଜନବସ୍ତି ଓ ଗହଳିପୁର୍ଣ୍ଣ ଅଂଚଳ ଏବଂ କିଛି ଆଗରେ ସଙ୍କିର୍ଣ୍ଣ ନଦୀ ପୋଲ ଥିବା ଯୋଗୁଁ ସାଇକେଲ ଚାଲକ ଓ ବାଇକ୍ ଚାଲକମାନେ ନିଜ ଜିବନ ପ୍ରତି ଅସୁରକ୍ଷିତ ମନେ କରୁଛନ୍ତି । ଏହି ବିଷୟରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀ କିଶାନଙ୍କୁ ପଚାରି ବୁଝିବାରୁ ସେ ଏହି ବିଷୟକୁ ବନ ବିଭାଗ ଅଧିକରୀଙ୍କୁ ଜଣାଇବା ସହ ଏହାର ଶଷଘ୍ର ସମାଧାନ କରିବେ ବୋଲି କହିଛନ୍ତି । ଚର୍ଚ୍ଚାର ବିଷୟ ଏହା କି ଯେ ପ୍ରତି ବର୍ଷ ପୂର୍ତ୍ତ ବିଭାଗ ରାସ୍ତା ଗୁଡିକ ମରାମତି ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚର ବ୍ୟୟ ଦେଖାଉଥିବା ବେଳେ ରାସ୍ତା ଗୁଡିକ ପାର୍ଶ୍ଵରେ ଅସୁରକ୍ଷିତ ଅବସ୍ତାରେ ଥିବା ଗଛ, ଖାଲ, ନାଳ ଆଦି ସମସ୍ୟାର ଅଭିଯୋଗ ପୁର୍ବରୁ କାହିଁକି ସମାଧାନ କରାଯାଉ ନାହିଁ ? ଅନ୍ୟପଟେ ଆର.ଡି. ଅଫିସ୍‌ ସମ୍ମୁଖରେ ଥିବା ଏହି ଅସୁରକ୍ଷିତ ଗଛ ମାନଙ୍କର ବ୍ୟବସ୍ଥା କରିବା ଆର.ଡି. ଅଧିକାରୀଙ୍କ ମୌଳିକ କର୍ତ୍ତବ୍ୟ ନୁହେଁ କି ବୋଲି ଚର୍ଚ୍ଚା ହେଉଥିବା ବେଳେ ବନ ବିଭାଗ ନିଜ ତରଫରୁ କାହିଁକି ସୁରକ୍ଷା ଜନକ ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରଶ୍ନ ଉଠୁଥିବା ସହ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

jittmm
Leave A Reply

Your email address will not be published.