oom

ସପ୍ତ ଭଗ୍ନୀପୀଠରେ ଗବେଷକ ଦଳ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ତଳେ ବରଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା ନିଜ ସୋସିଆଲ୍‌ ମିଡିଆରେ “ଟଣ୍ଢେଇମାନଙ୍କ ସୁରକ୍ଷା ଆବଶ୍ୟକ” ଶୀର୍ଷକ ଉପରେ ଖବର ପୋଷ୍ଟ କରିଥିଲେ । ଯେଉଁଥିରେ ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ପଣ୍ଡରିପାଣୀ ଗାଁର ଇଷ୍ଟଦେବୀ ମା’ ସପ୍ତଭଗ୍ନୀ ପୀଠ ଉପରେ ଲେଖା ରହିଥିଲା ଏବଂ ସପ୍ତଭଗ୍ନୀଙ୍କ ୭ଟି ନାମ ମଧ୍ୟ ରହିଥିଲା । ସେହି ଖବର ସୋସିଆଲ ମିଡିଆରେ ପଢି ଭୁବନେଶ୍ୱରର ସଂସ୍କୃତି ପ୍ରେମୀ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼.ସନ୍ତୋଷ ମହାପାତ୍ର ମେଲଛାମୁଣ୍ଡା ଗ୍ରାମର ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରି ପଣ୍ଡରିପାଣୀ ଗାଁକୁ ପହଞ୍ଚିଥିଲେ ଏବଂ ମା’ ସପ୍ତଭଗ୍ନୀ ପୀଠକୁ ଦର୍ଶନ କରିଥିଲେ ଏବଂ ପଶ୍ଚିମ ଓଡ଼ିଶାର ପୁଷ୍‌ପୁନି ପର୍ବକୁ ଅନୁଧ୍ୟାନ କରିଥିଲେ । ତାଙ୍କ ସହ ନାଟ୍ୟକାର ଗବେଷକ କେଶ ରଞ୍ଜନ ପଧାନ, ସଂଗୀତ ନିର୍ଦ୍ଦେଶକ ରମେଶ ଗୁର୍ଲ୍ଲା, ଅଧ୍ୟାପକ ପଦୀପ କୁମାର ପଣ୍ଡା, ପୀଠ ଦେହୁରୀ ଯାଦବ ସାହୁ ଏବଂ କମ୍ବୁପାଣି ଚାନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.