ଖଟୁଆକୁଦା ଗ୍ରାମରେ ପଞ୍ଚାୟତ ପକ୍ଷରୁ ଗାଁ ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶକୁ ସ୍ଵଚ୍ଛ ରଖିବା ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା-ମୋ ସ୍ୱାଭିମାନ ସୁସ୍ଥ ଗଞ୍ଜାମକୁ ନେଇ ପାଳିବନ୍ଧ ଗ୍ରାମ ପଞ୍ଚାୟତ ପକ୍ଷରୁ ଗଂଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମରେ ‘ଗାଁ ସଫେଇ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ଦିଲିପ ଛୋଟରାୟଙ୍କ ତତ୍ୱାବଧାନରେ ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର ତରାଇ, ପିଇଓ ଦିଲିପ ନାୟକ, ଜିଆର୍‌ଏସ୍‌ ଜଗମୋହନ ବେହେରା, ୱାର୍ଡ ମେମ୍ବର କୈଳାଶ ପ୍ରଧାନ, ପ୍ରମୋଦ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ସରିତା ଦାଶ ଓ ଏଲ୍‌ଏମ୍ କେଶରୀ ଗୌଡ଼ ପ୍ରମୁଖଙ୍କ ଉପସ୍ଥିତିରେ ଗ୍ରାମ୍ୟ ପୋଖରୀ ହିଡକୁ ସଫେଇ କରାଯାଇଥିଲା । ସ୍ୱୟଂ ସହାୟିକା ଗୋଷ୍ଟୀମାନଙ୍କ ଶ୍ରମଦାନରେ ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.