oom

ଟିଟିଲାଗଡ ବିକାଶ ସେବା ତରଫରୁ ପୁଣି ଆରମ୍ଭ ହେଲା ଫ୍ରି ସାନିଟେସନ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ସମ୍ପ୍ରତ୍ତି ସାରା ଦେଶ ତଥା ଓଡ଼ିଶାରେ ମଧ୍ୟ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଏହି ପରପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହରରେ ମଧ୍ୟ ପ୍ରତିଦିନ ବିଭିନ୍ନ ୱାର୍ଡରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ବିଗତ ସେପ୍ଟେମ୍ବର ମାସରୁ ନଭେମ୍ବର ମାସ ପର୍ୟ୍ୟନ୍ତ ଟିଟିଲାଗଡରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେଉଥିଲା ଏବଂ ସେହି ସମୟରେ ୧୫୦ରୁ ଉର୍ଦ୍ଧ ଘରକୁ ବିକାଶ ସେନାର ସ୍ୱେଚ୍ଛସେବୀଙ୍କ ତରଫରୁ ଫ୍ରି ସାନିଟେସନ କରାଯାଇଥିଲା । କରୋନା ସଂକ୍ରମଣ କମ୍ ହେବାରୁ ଏହା ସ୍ଥଗିତ ରଖାଯାଇଥିଲା । ତେବେ ଆଜିଠାରୁ କରୋନାର ଦ୍ଵିତୀୟ ଲହରୀକୁ ଦେଖି ଟିଟିଲାଗଡ ବିକାଶ ସେନା ତରଫରୁ ପୁଣିଥରେ ଫ୍ରି ସାନିଟାଇଜ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି । କମିଟିର ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଯୁବ ସ୍ଵେଚ୍ଛାସେବୀ ଦୁର୍ଗା ମହାନନ୍ଦ ଠିକାଦାର ପଡ଼ାର ଦୁଇଟି ଘରକୁ ସାନିଟାଇଜ କରିଥିଲେ। ଏହି ସମୟରେ ସେଠାରେ କମିଟିର ଅନ୍ୟାନ୍ୟ ସଦସ୍ୟ ହରପ୍ରତାପ ଦାସ, ଋତୁରାଜ ତାଣ୍ଡି, ଆସିଫ ଖାନ, ସୁମିତ ସାଗର, ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହା ସହିତ ବିଭିନ୍ନ ସାମୁହିକ ସ୍ଥାନ ଯେପରି ଏଟିଏମ୍ ଗୁଡ଼ିକୁ ମଧ୍ୟ କମିଟି ତରଫରୁ ସାନିଟାଇଜ କରାଯାଇଥିଲା । ତେବେ ଆଗାମୀ ଦିନରେ ମଧ୍ୟ ଫ୍ରି ସାନିଟାଇଜ କାର୍ୟ୍ୟକ୍ରମ ଜାରି ରହିବ ଏବଂ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ କାର୍ୟ୍ୟକ୍ରମ ମାନେ କରାଯିବ ବୋଲି କମିଟି ସଭାପତି ଶ୍ରୀ ଷଡ଼ଙ୍ଗୀ ଦେଇଛନ୍ତି ।

jittmm
Leave A Reply

Your email address will not be published.