oom

ସାସାକାବା ଇଣ୍ଡିଆ ଲେପର୍ସି ଫାଉଣ୍ଡେସନ ତରଫରୁ କୁଷ୍ଠ ରୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପତିତପାବନ ଏକାଡେମୀଠାରେ ସ୍କୁଲର ଛାତ୍ରମାନଙ୍କୁ ନେଇ କୁଷ୍ଠ ରୋଗର କାରଣ ଓ ନିରାକରଣ ଏବଂ ଏହା ଉପରେ ସଚେତନତା ସୃଷ୍ଟି ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ଅନୁଷ୍ଠାନ ସାସାକାବା ଇଣ୍ଡିଆ ଲେପର୍ସି ଫାଉଣ୍ଡେସନ ତରଫରୁ ତଥା ପି.ପି ଏକାଡେମୀ ଆଲୁମିନି ଏସୋସିଏସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସାସାକାବା ଇଣ୍ଡିଆ ଲେପର୍ସି ଫାଉଣ୍ଡେସନର ପ୍ରୋଗ୍ରାମ୍ ଅଫିସର ସ୍ଵରୂପ ରଞ୍ଜନ ଛତ୍ରିଆ ଯୋଗଦେଇ କୁଷ୍ଠ ରୋଗ ଏକ ଅଭିଶାପ ନୁହେଁ, ଏହା ଅନ୍ୟ ରୋଗମାନଙ୍କ ପରି ଏକ ସାମାନ୍ୟ ରୋଗ ଅଟେ । ଆଗାମୀ ଦିନରେ ଭାରତକୁ ଏକ କୁଷ୍ଠ ମୁକ୍ତ ଦେଶ ଭାବରେ ଗଢ଼ିବା ପାଇଁ ଆମକୁ ଶିକ୍ଷିତ ଓ ସଚେତନ ହେବାକୁ ପଡିବ ବୋଲି ଶ୍ରୀ ଛତ୍ରିଆ ବୁଝାଇଥିଲେ । ପି.ପି ଏକାଡେମୀ ଆଲୁମିନି ଏସୋସିଏସନର ନାସିର ଖାଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଲୁମିନି ଏସୋସିଏସନ୍‌ର ସଭାପତି ଅଫତାବ୍ ହୁସେନଙ୍କ ସମେତ ସଂଜୀବ ବାବୁ, ରଞ୍ଜୟ ଦାସ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ପି.ପି ଏକାଡେମୀର ପ୍ରଧାନ ଶିକ୍ଷୟିତ୍ରୀ ଅଂଶୁପା ଭୋଇଙ୍କ ସମେତ ଶିକ୍ଷୟିତ୍ରୀ ମଧୁମିତା ମିଶ୍ର, କେତକୀ ଭୋଇ, ସତ୍ୟଜିତ ବୁଡେକ, ମୁକେଶ ବନଛୋର, ସୁନୀତା ବିଶ୍ଵାଳ, କମଳିନୀ ନାଥ, ଅନାନ୍ୟା ମିଶ୍ର, ସସ୍ମିତା ମିଶ୍ର, ଖୁସବୁ ବେଗମ୍, ସୌମ୍ୟା ତେଣ୍ଡାକର, ସୁଜ୍ଞାନୀ ସବର୍, ଅନୀଲ ସରଭଙ୍ଗ, ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଲୁମିନି କମିଟିର ରଘୁ ନନ୍ଦନ ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.