ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଦାନୀ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସ୍ଥିତ ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଆର୍ଯ୍ୟପଲ୍ଲୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ, ସାନ-ଆର୍ଯ୍ୟପଲ୍ଲୀ ଓ ସେବାଶ୍ରମ ବିଦ୍ୟାଳୟ ଏବଂ ଗୋପାଳପୁର ବନ୍ଦରର ପାଶ୍ୱର୍ବର୍ତ୍ତୀ ଗ୍ରାମର ବିଭିନ୍ନ ବିଦ୍ୟାଳୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ରଖାଯାଇଛି । ଏପରିକି ଗୋପାଳପୁର ବନ୍ଦରର ପାଶ୍ୱର୍ବର୍ତ୍ତୀ ଗ୍ରାମର ବିଭିନ୍ନ ବିଦ୍ୟାଳୟରେ ପ୍ରାୟତଃ ୨୫୦୦ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନର ଲକ୍ଷ୍ୟ ରଖାଯାଇଛି ବୋଲି ଜଣାଯାଇଛି । ଆଦାନୀ ଗୃପର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ସାରା ଭାରତ ବର୍ଷରେ ଆଦାନୀ ଫାଉଣ୍ଡେସନ ଦ୍ୱାରା ପରିଚାଳିତ କରାଯାଏ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଦୀପ ଜେଶ୍ଵାଲ, ବିଜନେସ ମୁଖ୍ୟ କହିଥିଲେ ଯେ, ଗତ ସେପ୍ଟେମ୍ବର ମାସରେ ଆଦାନୀ ପୋର୍ଟ୍ସ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଶାଖା, ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଛି ଏବଂ ଓଡ଼ିଶା କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । ଅଧିଗ୍ରହଣ କରିବାର ମାତ୍ର ୨ ମାସ ମଧ୍ୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି । ଆଗାମୀ ଦିନରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ପରିମଳ, ଜୀବନଜୀବିକା ବିକାଶ, ଗୋଷ୍ଠୀ ଭିତ୍ତିଭୂମି ବିକାଶ ଏବଂ ସ୍ଥାନୀୟ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଯିବା ଆଦି ବିଷୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି । ଏହି ଅବସରରେ ଶ୍ରୀମତୀ ଦିବ୍ୟା ମହାନ୍ତି, ତହସିଲଦାର, ଛତ୍ରପୁର, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିନାଥ ବେହେରା, ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସାମନ୍ତରା, ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟ ସଭାପତି ଶ୍ରୀ କେ.ଏଲେୟା, ସଭାପତି ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏବଂ ବହୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ । ଗ୍ରାମର ସରପଞ୍ଚ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଆଦାନୀ ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ । ଆଦାନୀ ଗୋପାଳପୁର ପୋର୍ଟ୍ସର ସି.ଏସ.ଆର. ବିଭାଗ କର୍ମକର୍ତ୍ତା ପରିଚାଳନା କରିଥିଲେ । ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଗୋପାଳପୁର ବନ୍ଦରର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ସାମାଜିକ ସମସ୍ୟାଗୁଡିକ ଚିହ୍ନଟ କରିବା ଏବଂ ସି.ଏସ୍.ଆର୍. ଅଧୀନରେ ସମସ୍ୟାର ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଯାିଛି । ଏହି ଅବସରରେ ଆର୍ଯ୍ୟପଲ୍ଲୀ ଫିସିଂ ଜେଟି ମାର୍ଗର ଗ୍ରାମୀଣ ବିଦ୍ୟୁତିକରଣ, କାଳିଆବାଲି ସ୍କୋୟାରରେ ସୋଲାର ଆଲୋକ ସ୍ଥାପନ, ସ୍ୱାସ୍ଥ୍ୟ ଶିବିର ଏବଂ ଜଳ ବିଶୋଧନ ୟୁନିଟ୍ ସ୍ଥାପନ ଆଦି କାର୍ଯ୍ୟକୁ ସମ୍ପାଦନ ପାଇଁ ଗ୍ରାମବାସୀ ପକ୍ଷରୁ ଅନୁରୋଧ କରାଯାଇଛି । ଆଦାନୀ ଫାଉଣ୍ଡେସନ ଏହି ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ସମାଧାନ କରିବା ଏବଂ ବନ୍ଦରର ପାରିପାର୍ଶ୍ୱିକ ଗ୍ରାମଗୁଡିକର ସାମଗ୍ରିକ ବିକାଶରେ ସହଯୋଗ କରିବା ପାଇଁ ବଦ୍ଧପରିକର ଅଟେ । ଏହି ପଦକ୍ଷେପ ଗୁଡିକ ମାଧ୍ୟମରେ ଫାଉଣ୍ଡେସନ୍ ସ୍ଥାନୀୟ ଗୋଷ୍ଠୀର ଉନ୍ନତି ପାଇଁ ସ୍ଥାୟୀ ଏବଂ ପ୍ରଭାବଶାଳୀ ସମାଧାନ ଏବଂ ସହଯୋଗ କରିବାପାଇଁ ସର୍ବଦା ଚେଷ୍ଟା କରିଆସିଛି ।
Prev Post
Next Post